Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବନ୍ୟାଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଗତ ଲଘୁଚାପ ଜନିତ ଳଗାଣ ବର୍ଷା ସାଙ୍ଗକୁ ହରିହରଯୋର ମଧ୍ୟମ ଜଳସେଚନ ପ୍ରକଲ୍ପ ରୁ ଏକାସାଙ୍ଗରେ ୬ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଫଳରେ ତଳ ମୁଣ୍ଡରେ ବନ୍ୟାର ପରିସ୍ଥିତି ଦେଖାଦେଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା l ଡ୍ୟାମ ର ତଳ ଅଞ୍ଚଳରେ ଥିବା ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପ ରେ ବ୍ୟାପକ ପରିମାଣରେ କ୍ଷତି ହୋଇଥିଲା
ବନ୍ୟା ର ସ୍ଥିତି ଦେଖିବାକୁ ଶୁକ୍ରୁ ବାର ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାଏ ବୀରମହାରାଜପୁର ଅଞ୍ଚଳ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ମୃଷୁଣ୍ଢି ନିକଟସ୍ଥ ହରିହର ଯୋର ପୋଲ ନିକଟରେ ହୋଇ ଥିବା କ୍ଷୟକ୍ଷତି ଦେଖିବା ସହିତ ପରେ ଲୁଦୁମୁଣ୍ଡା ଠାରେ ଥିବା ବିଭିନ୍ନ ଲିଫ୍ଟ୍ ପଏଣ୍ଟ ଗୁଡିକର ସ୍ଥିତି ବୁଲି ଦେଖିଥିଲେ । ଶେଷରେ ଠେଙ୍ଗୋ ଡ଼୍ୟାମ କୁ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ନିର୍ବାହି ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଜଳସେଚନ ବିଭାଗ ନିର୍ବାହି ଯନ୍ତ୍ରୀ ଜିତେନ୍ଦ୍ରିୟ ପାଢି , ସହକାରି ଯନ୍ତ୍ରୀ ଜଗନ ମାଝି , ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ , ଟାଟା ପାଓ୍ବାର ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ , ବୀରମହାରାଜପୁର ତହସିଳଦାର ବିବୁଧ ଗଡନାୟକ, ଉଠାଜଳସେଚନ କନିଷ୍ଟ ଯନ୍ତ୍ରୀ ଶୁଶାନ୍ତ ସାମଲ ଏବଂ ଲୁତୁରପଙ୍ଗ ସରପଞ୍ଚ ସୁର୍ଯ୍ୟକୁମାର ନନ୍ଦ ପ୍ରମୁଖ ଙ୍କ ସମେତ ପ୍ରକଳ୍ପ ଅଧିନସ୍ଥ ଅନେକ ଚାଷି ଉପସ୍ଥିତ ଥିଲେ । ବହୁ ଶିଘ୍ର ସମସ୍ତ କ୍ଷତିଗ୍ରସ୍ଥ ହୋଇଥିବା ପ୍ରକଳ୍ପ ର ରିପୋର୍ଟ ଆସିବା ପରେ ଚାଷିଙ୍କ ହିତକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବନ୍ୟା ଉପରେ ଏକ ରିଭ୍ୟୁ ବୈଠକ କରିଥଲେ l