Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷକ ସଂଘ ର ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ।

ନାରାୟଣପାଟଣା ୦୫।୦୮।୨୩ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଗତ ବର୍ଷ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇ ଥିଲେ।ତତ୍କାଳୀନମୁଖ୍ୟ ଶାସନ ସଚିବ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ତୁରନ୍ତ ଦାବି ଗୁଡିକ ପୁରଣ କରାଜିବ ବୋଲି ପ୍ରତିଶୃତି ଦେଇଥିଲେ।ହେଲେ ଘଟଣାକୁ ଗୋଟିଏ ବର୍ଷ ବିତି ଜାଇଥିବା ବେଳେଏଜାଏଁ କୌଣସି ଦାବି ପରିପୁର୍ଣ ହେଇ ନଥିବା ଦେଖି ପୁଣି ଶିକ୍ଷକ ସଂଘ ଏବେ ରାସ୍ତାକୁ ଓହ୍ଲାଇଛି।ଏନେଇ ରାଜ୍ୟ ସଂଘ ଡାକରାରେ ଆଜି ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସ୍ଥାନିୟ
ବସ ଷ୍ଟାଣ୍ଡ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ
ଏକ ଶୋଭା ଯାତ୍ରାରେ ବାହାରି ବ୍ଳକ୍ ଶିକ୍ଷା ଅଧିକାରିଙ୍କ କାର୍ଯାୟାଳୟକୁ ଜାଇ ସେଠାରେ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେସ୍ୟରେ ପ୍ରଦାନ କରିଛନ୍ତି।ଉକ୍ତ ଦାବି ଗୁଡିକ ହେଲା କନିଷ୍ଟ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ କାର୍ଯ୍ୟକାଳକୁ ନସନାଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ
ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରିବା।ଗଣ ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ, ନୂତନ ପେନସନ ପ୍ରଥା ଉଛେଦ କରି ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଜାଉ।ଦାବି ପତ୍ର ପ୍ରଦାନ ସମୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପର୍ଶୁରାମ ତାଡିଙ୍ଗି,ଉପ ସଭାପତି ଦିଲ୍ଲୀପ ବିଡିକା,ସବିତା ଜାନି,ସମ୍ପାଦକ ଜେ.ସତ୍ୟନାରାୟଣ, ସବିତା ଜାନୀ କୋଷାଧ୍ୟକ୍ଷ ସୀମାଞ୍ଚଳ ପଣ୍ଡା ସଂଗଠନ ସମ୍ପାଦକ ଶ୍ରୀବତ୍ସ ମହାନ୍ତି,ଯୁଗ୍ମ ସଂପାଦକ ଉମେଶ୍ୱର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ