Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା,117ପ୍ରକଳ୍ପ ପ୍ରଦଶ୍ରିତ

ଲକ୍ଷ୍ମୀପୁର ୫/୦୮ …ଶନିବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଲକ୍ଷ୍ମୀପୁର ଠାରେ ପ୍ରଧାନ ଆଚାର୍ଯ୍ୟ  ସରୋଜ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ  କୈଳାସ ଚନ୍ଦ୍ର ବେହେରା ଓ ସମ୍ମାନୀତ ଅଥିତି ଭାବରେ  ଫକୀର ମୋହନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ।ମେଳାରେ ମୋଟ ୧୧୭ଟି ପ୍ରକଳ୍ପ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ଶିଶୁ ବାଟିକାର ୨୯ଟି, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୫୦, ଚତୁର୍ଥରୁ ପଞ୍ଚମ ୨୪, ଷଷ୍ଠରୁ ଅଷ୍ଟମ ୧୪ଟି ପ୍ରକଳ୍ପ ରହିଥିଲା। ବିଚାରକ ଭାବରେ ମାନସକୁମାର ଜେନା, ଦୁର୍ଗାପ୍ରସାଦ ଆଚାର୍ଯ୍ୟ , ସୁରଜ କୁମାର ନାୟାର, ପ୍ରିୟମ୍ବଦା ସାହୁ ଓ କୁମୁଦିନୀ ଗରଡ଼ା ଉପସ୍ଥିତ ଥିଲେ । ବାଲ୍ ବର୍ଗର ସମ୍ବେଦକ ଉପରେ ଆଧାରିତ ନମୂନା ରେ ଆୟୁଷ୍ମାନ ଦଳାଇ ପ୍ରଥମ, ଯସବିର ସାହୁ ଦ୍ୱିତୀୟ ଓ ଚନ୍ଦ୍ରିକା ମହାନନ୍ଦିଆ ତୃତୀୟ ହୋଇଥିଲେ।  ଶିଶୁ ବର୍ଗର ପ୍ରାଥମିକ ଚିକିତ୍ସା ରେ ସ୍ୱାତିପ୍ରଭା ଦତ୍ତ ପ୍ରଥମ, ଋତୁମ୍ବରା ବେହେରା ଦ୍ୱିତୀୟ ଓ ସୁକନ୍ୟା ସାହୁ ତୃତୀୟ ହୋଇଥିଲେ। ପର୍ଯ୍ୟବରଣ ସ୍ୱଚ୍ଛତା ରେ ଚୈତନ୍ୟ କୁମାର ସାହୁ ପ୍ରଥମ, କୋଇନା ସେଠୀ ଦ୍ୱିତୀୟ ଓ ରାଜେଶ ପିଲେଣ୍ଟି ତୃତୀୟ ହୋଇଥିଲେ। ଯାତାୟତରେ ସାଧନା ରେ ଜୟକୃଷ୍ଣ ସାହୁ ପ୍ରଥମ, ମେଘନାଦ ଗରଡ଼ା ଦ୍ୱିତୀୟ ଓ ପଲକ ଚୌଧୁରୀ ତୃତୀୟ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ରେ ଇଶାନ୍ତ କୁମାର ଜେନା ପ୍ରଥମ, ଦୁର୍ଗାପ୍ରସାଦ ଦାସ ଦ୍ୱିତୀୟ ଓ ଅଭିଷେକ ପାଇକରାୟ ତୃତୀୟ ହୋଇଥିଲେ। ନୂତନ ପ୍ରୟୋଗ ନମୂନା ରେ ସ୍ନିତିରାଣୀ ଖରା ପ୍ରଥମ ଓ ନିବେଦିତା ବେହେରା ଦ୍ୱିତୀୟ ହୋଇଥିଲେ। କୃତିତ୍ୱ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ପ୍ରତିଭାଗୀଙ୍କୁ ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ଭାଇ ଭଉଣୀ,ଅଭିଭାବକ ଅଭିଭାବିକା, ଶୁଭେଚ୍ଛୁମାନେ ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକ ସଙ୍କୁଳସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି। ମେଳାରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗୁରୁଜୀ ଗୁରୁମା, ସେବିକାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ