Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡିଓ ଙ୍କ ନିଜ ଗାଡି ରେ ରୋଗୀ ଙ୍କୁବୋହିଲେ

ଲକ୍ଷ୍ମୀପୁର 05.08 କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ବିଡିଓ ପ୍ରିତୀରଞ୍ଜନ ରଥଙ୍କ ବଦାନ୍ୟତା ପାଇଁ ଆଜି ଜଣେ ୨୦ ବର୍ଷିୟା ଯୁବତୀଙ୍କ ଜୀବନ ବଞ୍ଚି ଜାଇଛି।ଖବର ନେବାରେ ଜଣା ପଡିଛିକି ନାରାୟଣପାଟଣାରୁ ଲକ୍ଷ୍ମୀପୁର ଅଭିମୁଖେ ଏକ ପରିବାର ନିଜର ବାଇକରେ ଆସୁଥିବା ବେଳେ ବନଦୁର୍ଗା ମନ୍ଦିର ପାଖରେ ନିଜର ୨୦ ବର୍ଷିୟା ଝିଅଟି ଛାତିରେ ଯନ୍ତ୍ରଣା ଅନୁଭବ କରି ରାସ୍ତା ଉପରେ ଗଡି ପଡିଥିଲା।ଝିଅର ଅବସ୍ଥା ଦେଖି ବାପା,ମା ଚିନ୍ତାରେ ପଡି ଜାଇଥିଲେ।ଠିକ୍ ସେତିକି ବେଳେ ବିଡିଓ ଶ୍ରୀଯୁକ୍ତ ରଥ,ସହକାରୀ ଯନ୍ତ୍ରୀ ଏମ୍.ପଓ୍ଵନ୍ କୁମାର,କନିଷ୍ଠ ଯନ୍ତ୍ରୀ ଗୋପାଳ ମିଞ୍ଜ୍ ଓ ରଜନି କାନ୍ତ ପାଣି ଗ୍ରାହି ମୁର୍ଲାପୁଟ ଗ୍ରାମ ଗସ୍ତରେ ଜାଉଥିବା ବେଳେ ବାଟରେ ସେମାନଙ୍କୁ ଦେଖି ଗାଡି ଅଟକାଇ ପଚାରି ବୁଝି ଥିଲେ।ସଂଗେ ସଂଗେ ବିଡିଓ ନିଜର ଗାଡି ଚାଳକଙ୍କୁ ତୁରନ୍ତ ଝିଅଟିକୁ ନେଇ ଲକ୍ଷ୍ମୀପୁର ମେଡିକାଲରେ ଜଇନ୍ କରିବାକୁ କହି ସେଠାରେହିଁ ରହି ଜାଇଥିଲେ।ଗାଡି ଚାଳକ ଆସିସ୍ ମଲିକ୍ ଝିଅଟି ସହ ତା ମାଙ୍କୁ ନେଇ ଲକ୍ଷ୍ମୀପୁର ଡାକ୍ତର ଖାନାରେ ଆଣି ଭର୍ତି କରାଇଥିଲେ।ବିଡିଓଙ୍କ ସାହାଯ୍ୟରେ ଝିଅଟି ଡାକ୍ତର ଖାନା ପହଁଚି ପାରିଥିବାରୁ ବାପ ମା ବିଡିଓଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ