ମାଲବାହି ଟ୍ରେନ ଧକା ରେ ଫୋରମେନ ଙ୍କ ମୃତ୍ୟ..ବର୍ଷକ ମଧ୍ୟରେ SEW କମ୍ପାନୀ ର ଅନେକ ଶ୍ରମିକ ଙ୍କ ମୃତ୍ୟୁ…


ଲକ୍ଷ୍ମୀପୁର 05.08 ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିଶାର ନିକଟସ୍ଥ ରେଳ ବ୍ରିଜ ଉପରେ ଟ୍ରେନ ଧକା ରେ ଜଣେ ଫୋରମେନ ର ମୃତ୍ୟୁ ହୋଇଛି…ଶ୍ରୀନିବାସ ନାମକ ଫୋରମେନ  ରେଳ ଲାଇନ ଦୋହରୀକରଣ ର ଟନେଲ କାମ କରୁଥିବା S. E. W ନାମକ ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ…ବ୍ରିଜ ଉପର ରେଳ ଧାରଣା ଦେଇ ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣ ସକାଶେ ଚାଲିକି ଯାଉଥିବା ସମୟରେ ଟ୍ରେନ ଧକାରେ ମୃତ୍ୟୁ ହୋଇ ଥିବା SEW କମ୍ପାନୀ ର କର୍ମଚାରୀ ମାନେ ସଫେଇ ଦେଇଛନ୍ତି…ହେଲେ ପ୍ରକୃତ ମୃତ୍ୟୁ କେମିତି ହୋଇଛି ତାହା ଜଣା ପଡ଼ିନାହିଁ,
ଶ୍ରୀନିବାସ ର ଘର ଆନ୍ଧ୍ର ପ୍ରଦେଶ ର ବିଜୟୱାଡ଼ା ନିକଟରେ ବୋଲି ସୂଚନା ମିଳିଛି… ଘଟଣା ସ୍ଥଳରେ କୋରାପୁଟ ଜିଆରପି ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ କରାଇଥିଲେ,, କମ୍ପାନୀ ତରଫରୁ ମୃତ୍ୟୁ ଶ୍ରୀନିବାସ ର ଶବ ସନ୍ଧ୍ୟା ସୁଧା ପଠାଯାଇ ନ ଥିବା ଜଣାପଡିଛି…ଗତ ବର୍ଷକ ମଧ୍ୟରେ SEW କମ୍ପାନୀ ରେ କାର୍ଯ୍ୟରତ ବାହାର ରାଜ୍ୟ ର ପ୍ରାୟ ଅନେକ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ପରିବାର ସକାଶେ କଣ ବ୍ୟବସ୍ତା କରାଯାଉଛି ତାହା ଜଣା ପଡୁନଥିବା ବେଳେ ବାହାର ରାଜ୍ୟ ରୁ ଆସି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ର ନାମ ମଧ୍ୟ ପଞ୍ଜିକରଣ ହେଉନଥିବା ଜଣାପଡିଛି…