Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଏରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସିର ଖବର, ଡିଏରେ ୩ ପ୍ରତିଶତ ବୃଦ୍ଧି କରି ପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ତିନି ପ୍ରତିଶତ ବଢାଇ ୪୫ ପ୍ରତିଶତ କରି ପାରନ୍ତି। ବର୍ତ୍ତମାନ ଡିଏ ୪୨ ପ୍ରତିଶତ ରହିଛି। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରତି ମାସରେ ଶ୍ରମ ବ୍ୟୁରୋ ଦ୍ଵାରା ଜାରି ଶ୍ରମିକ ଏବଂ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ସ୍ଥିର କରାଯାଏ। ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରଣାଳୟର ଏକ ଶାଖା।

ଅଲ ଇଣ୍ଡିଆ ରେଲଓ୍ଵେମେନ ଫେଡେରେସନର ସାଧାରଣ ସଂପାଦକ ଶିବ ଗୋପାଲ ମିଶ୍ର କହିଛନ୍ତି, ଜୁନ ୨୦୨୩ ପାଇଁ ସିପିଆଇ-ଆଇଡବ୍ଲ୍ୟୁ ୨୦୨୩ ଜୁଲାଇ ୩୧ରେ ଜାରି କରିଥିଲା। କିନ୍ତୁ ଆମେ ଚାରି ପ୍ରତିଶତ ମହଙ୍ଗା ଭତ୍ତା ଦାବି କରୁଛୁ। ହେଲେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ତିନି ପ୍ରତିଶତ ବୃଦ୍ଧି କରି ପାରନ୍ତି। ଏମିତି ହେଲେ ଏହା ୪୫ ପ୍ରତିଶତ ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି। ଡିଏରେ ଶେଷ ଥର ସଂଶୋଧନ ୨୦୨୩ ମାର୍ଚ୍ଚ ମାସରେ କରାଯାଇଥିଲା ଏବଂ ଏହା ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ