ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପ୍ରଦର୍ଶନୀ


ସମ୍ବଲପୁର:ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି କନକ୍ଲେଭ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ଦେଖିଲି, ଯାହା ମୋତେ ବିଶେଷ ପ୍ରଭାବିତ କଲା । ପିଲାମାନେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି ।
ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିରାପଦ ଡଙ୍ଗା ପ୍ରସ୍ତୁତ କରୁଛନ୍ତି । ଛୋଟ ପିଲାମାନଙ୍କ ଦ୍ୱାରା ଆମ୍ବ ଟାକୁଆରୁ ଆମ୍ବ ଗଛ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିକୁ ପ୍ରଦର୍ଶିତ କରାଯାଇଛି । ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଓ ରୂପରେଖ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଚଵନ୍ତି।