Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତ ଭାରତ ଷ୍ଟେସନ ଯୋଜନା ଅର୍ନ୍ତଗତ ବରପାଲିରେ ପୁର୍ନବିକାଶ ଉତ୍ସବ

ବରପାଲି,ସମ୍ବଲପୁର ପୁର୍ବତଟ ରେଲୱେ ମଣ୍ତଲ ପକ୍ଷରୁ ବରପାଲି ରେଲୱେ ଷ୍ଚେସନ ପରିସରରେ ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ର୍ତୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭିଡିଓ କନ୍‌ଫରେନ୍ସୀ ଯରିଆରେ କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ। ସର୍ବ ଭାରତ ସ୍ତରରେ ୫୦୮ଟି ଷ୍ଟେସନର ପୁର୍ନବିକାଶ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଓଡିଶା ରାଜ୍ଯର ୨୫ଟି ଷ୍ଟେସନକୁ ଚିହ୍ନଟ କରାଯାଇଥିଲା। ଏହି ପରିପେକ୍ଷିରେ ବରପାଲି ଷ୍ଚେସନକୁ ସାମିଲ କରାଯିବା ସହ ୨୦ କୋଟି ଟଙ୍କା ଅନୁଦାନ ରାଶି ମିଳିଥିବା ଜଣାପଡିଥିଲା। ଏହି ଅବସରରେ ମୁଖ୍ଯଅତିଥି ଭାବରେ ରାଜ୍ଯ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ର୍ତୀ ରିତା ସାହୁ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ପୁନର୍ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପର୍ବ ସମ୍ପର୍ଣ୍ଣ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ