Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଟି ଖରା ହେଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଅନୁସୂଚିତ ଜନଜାତି ସଂଯୋଜକ

ଲକ୍ଷ୍ମୀପୁର.୦୭।୦୮ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ୍ ସଭାପତି ମଣ୍ଟି ଖରାଙ୍କୁ କଂଗ୍ରେସ ଦଳ ତରଫରୁ ପୁଣି ଏକ ଦାୟିତ୍ୱ ଦିଆଜାଇଛି।ପିସିସି ସଭାପତିଙ୍କ ପ୍ରସ୍ତାବରେ ରାଜ୍ୟ ଏଆଇସିସି ତରଫରୁ ୫୭ ଜଣ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି ।ନିଯୁକ୍ତି ପାଇଥିବା ସଂଜଯୋକ ମାନଙ୍କ ମଧ୍ୟରୁ ୨୪ଜଣ ଅନୁସୂଚିତ ଜାତିବର୍ଗର ନିର୍ବାଚନ ମଣ୍ଡଳି ସଂଯୋଜକ ହୋଇଥିବା ବେଳେ ୩୩ ଜଣ ଅନୁସୂଚିତ ଜନଜାତି ବର୍ଗର ବିଧାନ ସଭା ନିର୍ବାଚନ ମଣ୍ଡଳି ସଂଜୋଯକ ରହିଛନ୍ତି।ତଦନୁଯାୟୀ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଅନୁସୁଚିତ ଜନଜାତି ବର୍ଗର ସଂଯୋଜକ ଭାବେ ମଣ୍ଟି ଖରାଙ୍କୁ ନିଯୁକ୍ତି ଦିଆ ଜାଇଛି।ନବନିଯୁକ୍ତ ସଂଯୋଜକ ମାନଙ୍କୁ ପିସିସି ଅନୁସୁଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ଅଞ୍ଚଳର କଂଗ୍ରେସ କର୍ମି ଓ ଶୁଭେଛୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଦେଇଛନ୍ତି।ଶ୍ରୀ ଖରା ନିଯୁକ୍ତି ପାଇବା ପରେ କୋରାପୁଟ ଡିସିସି,ଓପିସିସି ଓ ଏଆଇସିସିଙ୍କୁ ଧନ୍ୟବାଦ ଦେଇଛନ୍ତି।