Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ପିଇଓ

ନାରାଣପାଟଣା ୦୭/୦୮/୨୩ ନୀଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘ ଡାକରାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାର୍ଯ୍ୟରତ ସମସ୍ତ ୧୩ଟି ପଞ୍ଚାୟତର ନିର୍ବାହି ଅଧିକାରି ମାନେ ଜିଲ୍ଲାପାଳଙ୍କ ଉଦ୍ଧେସ୍ୟରେ ଏକ ତିନି ଦଫା ଦାବି ପତ୍ର ଗତ ୪ତାରିଖ ଦିନ ବିଡିଓଙ୍କୁ ପ୍ରଦାନ କରିଥିଲେ।ଜଦି କୌଣସି ଦାବି ଉପରେ ଜିଲ୍ଲା ପ୍ରସାସନ ଦୃଷ୍ଟି ନଦିଏ ତେବେ ଆସନ୍ତା ସାତ ତାତିଖରୁ କଳା ବ୍ୟାଜ୍ ପିନ୍ଧି କାମ କରିବୁ।ଏଥିସହ ତାର ଦସ ଦିନ ମଧ୍ୟରେ ଯଦି ଆମର କୌଣସି ଦାବି ପୁରଣ ନହୁଏ ତେବେ ଆସନ୍ତା ୧୭ ତାରିଖରୁ ସମୁହ କାର୍ଯ୍ୟ ବନ୍ଦ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଦାବି ପତ୍ରରେ ଉଲେଖ ଥିଲା।ବର୍ତମାନ ସୁଧା ସେମାନଙ୍କ ଦାବି ଉପରେ ଜିଲ୍ଲା ପ୍ରସାସନ କୌଣସି ଦୃଷ୍ଟି ନଦେବାରୁ ଆଜିଠୁ ସଭିଏଁ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆସନ୍ତା ୧୭ ତାରିଖରୁ ଧାରଣାରେ ବସିବେ ବୋଲି ପିଓ ମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ