Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ ପାଇଁ ‘କର ବା ମର’ ସ୍ଥିତି, ପାଣିପାଗ ଓ ସମ୍ଭାବିତ ପ୍ଲେଇଙ୍ଗ 11 ଉପରେ ପକାନ୍ତୁ ନଜର

ନୂଆଦିଲ୍ଲୀ: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲା ଆଜି ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ। ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। ଦଳ ପ୍ରଥମ ଦୁଇଟି ମ୍ୟାଚ୍ ହାରି ସିରିଜରେ ୦-୨ରେ ପଛୁଆ ରହିଛି। ଆଜି ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ। ଅନ୍ୟପଟେ ଘରୋଇ ଦଳ ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମର ପିଚ୍ ସର୍ବଦା ବ୍ୟାଟରଙ୍କୁ ସୁହାଇଥାଏ। ଦ୍ରୁତ ବୋଲରଙ୍କୁ ପିଚରୁ କିଛି ସାହାଯ୍ୟ ମିଳିପାରେ ଏବଂ ବଲ୍ ସ୍ଵିଙ୍ଗ୍ କରି ପାରିବେ। ବ୍ୟାଟରମାନେ ପିଚର ପ୍ରକୃତିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ଟସ୍ ଜିତିବା ଦଳ ଆଜିର ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି। ଏଠାରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ହେଉଛି ୧୫୬।

ଆଜି ଆଂଶିକ ଭାବେ ବାଦଲ ଛାଇ ରହିବ ଏବଂ ୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ତଥାପି ମ୍ୟାଚ୍ ପୂରା ହେବ ବୋଲି ଆଶା କରାଯାଉଛି। ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ଏବଂ ଆଦ୍ରତା ପାଖାପାଖି ୭୨ ଡିଗ୍ରୀ ରହିବ। ମ୍ୟାଚ୍ ସମୟରେ ପବନର ଗତି ଘଣ୍ଟା ପ୍ରତି ୧୯ କିମି ରହିପାରେ।

ସମ୍ଭାବିତ ଚୂଡାନ୍ତ ଏକାଦଶ
ଓ୍ଵେଷ୍ଟଇଣ୍ଡିଜ
– କାଇଲ୍ ମେୟର୍ସ, ବ୍ରେଣ୍ଡନ କିଙ୍ଗ୍, ଜନସନ ଚାର୍ଲ୍ସ, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ସିମରନ ହେଟମାୟର, ରୋଭମ୍ୟାନ ପାଓ୍ଵେଲ୍(ଅଧିନାୟକ), ଜାସନ ହୋଲଡର, ରୋମାରିଓ ସେଫାର୍ଡ, ଅକିଲ ହୋସେନ, ଅଲଜାରୀ ଯୋଶେଫ, ଓବେଡ୍ ମେକୟେ।

ଭାରତ– ଶୁଭମନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ/ଯଶସ୍ଵୀ ଜୟସଓ୍ଵାଲ, ଅକ୍ଷର ପଟେଲ୍, କୁଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ମୁକେଶ କୁମାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ