Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ନମ୍ବର ୪ ସମସ୍ୟାର ସମାଧାନ କରିବାର ନିକଟତର ଭାରତ ? ପ୍ରଜ୍ଞାନ ଓଝା ଦେଲେ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଭାରତରେ ଖେଳା ଯିବାକୁ ଥିବା ବିଶ୍ଵକପକୁ ୨ ମାସରୁ କମ ସମୟ ରହିଛି। ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି। ଭାରତ ଆୟୋଜକ ହୋଇଥିବାରୁ ଘରୋଇ ପରିବେଶର ଫାଇଦା ମିଳିପାରେ ଏବଂ ଚାପ ବି ରହିବ। ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପରି ପ୍ରମୁଖ ଖେଳାଳି ଆହତ ସମସ୍ୟାରୁ ମୁକୁଳିବାରେ ଲାଗିଛନ୍ତି। ବିଶ୍ଵକପ୍ ପୂର୍ବରୁ ଉଭୟଙ୍କୁ କିଛି ମ୍ୟାଚ୍ ଖେଳିବାର ସୁଯୋଗ ମିଳିପାରେ। କିନ୍ତୁ ଏହି ସମୟରେ ଦୁହିଁଙ୍କୁ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏହା ରିସ୍କ ମଧ୍ୟ ହୋଇପାରେ। ଏହା ମଧ୍ୟରେ ଦଳରେ ନମ୍ବର ୪କୁ ନେଇ ସମସ୍ୟା ଏ ପର୍ଯ୍ୟନ୍ତ ଯାଇନି। ଯଦି ଦୁଇ ଖେଳାଳି ଫିଟ୍ ଘୋଷିତ ହୁଅନ୍ତି ତେବେ ନମ୍ବର ୪ ସମସ୍ୟା କିଛିକାଂଶରେ ସୁଧୁରିପାରିବ।

ତେବେ ଭାରତୀୟ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟି-୨୦ ମ୍ୟାଚ୍ ପରେ ତିଳକ ବର୍ମାଙ୍କୁ ଦିନିକିଆରେ ସାମିଲ୍ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ ଓ ଅକ୍ଷର ପଟେଲଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା। ହେଲେ ଏ ଅଦ୍ୟାବଧି ଭାରତୀୟ ଦଳ ନିର୍ଣ୍ଣୟ ନେବାରେ ବିଫଳ ହୋଇଛି ଯେ, ଚତୁର୍ଥ କ୍ରମରେ କିଏ ବ୍ୟାଟିଂ କରିବ।
ଏହା ମଧ୍ୟରେ ଭାରତୀୟ ଦଳର ଯୁବ ବ୍ୟାଟର ତିଳକ ବର୍ମା ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିବା ସହିତ ଦମଦାର ପ୍ରଦର୍ଶନ କରି ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ୨୦ ବର୍ଷୀୟ ଏହି ଖେଳାଳି ଜାରି ଟି-୨୦ ସିରିଜରେ ସର୍ବାଧିକ ରନହାସଲକାରୀ ବ୍ୟାଟର ରହିଛନ୍ତି।

ପ୍ରଜ୍ଞାନ ଓଝା ଟୁଇଟ୍ କରିଛନ୍ତି ଯେ, କଣ ଦିନିକିଆ ଦଳରେ ଭାରତୀୟ ଦଳ ପାଇଁ ନମ୍ବର ୪ର ସମସ୍ୟା ସୁଧାରିବା ପାଇଁ ତିଳକ ବର୍ମାଙ୍କୁ ଦେବ କି ? ଆଶାର କିରଣ ନଜର ଆସୁଛି। ତିଳକ ବର୍ମା ମଜବୁତ ସଂଯମତାର ପରିଚୟ ଦେଇଛନ୍ତି। ପୁଣି ସେ ଜଣେ ବାମହାତୀ ବ୍ୟାଟର। ଭାରତ ୨୦୧୯ ବିଶ୍ଵକପ୍ ପରେ ନମ୍ବର ୪ ପାଇଁ ଅନେକ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଛି।