Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଜ୍ଞାନୀ ସାହୁ ହେଲେ ଲକ୍ଷ୍ମୀପୁର ଥାନା ର ନୂତନ ଆଇଆଇସି..ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି, ରାତ୍ର କାଳୀନ ପାଟ୍ରୋଲିଙ୍ଗ, ଟ୍ରାଫିକ ନିୟନ୍ତ୍ରଣ ପ୍ରାଥମିକତା ରହିବ.

ଲକ୍ଷ୍ମୀପୁର 09.08 … ଲକ୍ଷ୍ମୀପୁର ଥାନା ର ନୂତନ ଆଇଆଇସି ଭାବେ ସୁଜ୍ଞାନୀ ସାହୁ ଯୋଗ ଦେଇଛନ୍ତି, ଏଥି ପୂର୍ବରୁ ସେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଦୋରାଗୁଡା ଥାନା ର ଆଇଆଇସି ଭାବେ ରହିଥିଲେ, ଲକ୍ଷ୍ମୀପୁର ଥାନା ର ଆଇଆଇସି ଶ୍ଵେତା ପଦ୍ମା ସେଠ୍ ଙ୍କୁ କଳାହାଣ୍ଡି ଜିଲ୍ଲା କୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଲକ୍ଷ୍ମୀପୂର ଆଇଆଇସି ଶ୍ରୀମତୀ ସାହୁ ଯୋଗଦେଇଛନ୍ତି, ଗତକାଲି ସନ୍ଧ୍ୟା ରେ ଶ୍ରୀମତୀ ସେଠ ଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଆଜି ବିଧିବଦ୍ଧ ଭାବେ ପୂଜାର୍ଚନା କରି ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି, ଆଜି ସନ୍ଧ୍ୟା ରେ ଏନେଇ ସାମ୍ୱାଦିକ ପରମେଶ୍ୱର ସାହୁ, ଶରତ ନାୟକ,ପ୍ରମୋଦ ଜେନା ଙ୍କ ସହ ଆଲୋଚନା କରି ଅଞ୍ଚଳ ବିଷୟ ରେ ପଚାରି ବୁଝିବା ସହ ସହଯୋଗ ରେ ଆଗକୁ ବଢିବାକୁ କହିଥିଲେ , ଲକ୍ଷ୍ମୀପୂର ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି, ରାତ୍ର କାଳୀନ ପାଟ୍ରୋଲିଙ୍ଗ, ଟ୍ରାଫିକ ନିୟନ୍ତ୍ରଣ ତାଙ୍କ ପ୍ରାଥମିକତା ରହିବ ବୋଲି ପ୍ରକାଶ କରୁଥିଲେ, ଥାନା ମଧ୍ୟରେ ମଧ୍ୟସ୍ଥି , ଦଲାଳି ମାନଙ୍କୁ କୌଣସି ସ୍ଥାନ ଦିଆ ଯିବ ନାହିଁ ବୋଲି ସୂଚାଇ ଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ