Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

ନାରାଣପାଟଣା ୦୯।୦୮।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀଙ୍କ ଚାଷ ଜମି କିଛି ଅଣ ଆଦିବାସୀ ନେଇଥିବା ଅଭିଯୋଗ କରି ସେମାନଙ୍କ ଜମି ଫେରାଇ ଆଣିବା ପାଇଁ ସଙ୍ଘର୍ଷ କରୁଥିବା
ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଂଘ ସହ
ଅନୁବନ୍ଧିତ ଚାଷୀ ମୂଲିଆ ଆଦିବାସୀ ସଂଘର ସମ୍ପାଦକ ଅର୍ଜୁନ କେଣ୍ଡ୍ରୁକା ଙ୍କୁ ୨୦୦୯ ମସିହାରେ ମାଓବାଦି ମାନେ ହତ୍ୟା କରିଥିଲେ।ସେହିଦିନ ଠାରୁ ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ଦ୍ୱାରା ଏସଡ଼ା ଗ୍ରାମ ଠାରେ ତାଙ୍କର ପ୍ରତି ବର୍ଷ ଶ୍ରାଦ୍ଧ ଦିବସ ବଡ ଧୁମ୍ ଧାମରେ ପାଳନ କରାଯାଉଛି।ଏଇ କ୍ଷେତ୍ରରେ ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ବଡ଼ ସରପଲ୍ଲି ପଞ୍ଚାୟତର ଏସଡା ଗ୍ରାମ ଠାରେ ତାଙ୍କର ୧୩ ତମ ଶ୍ରାଦ୍ଧ ଦିବସ ପାଳନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ମୂଲିଆ ସଂଘର କର୍ମ କର୍ତ୍ତା ମାନେ ଯୋଗ ଦେଇ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗୀତର ମଜା ଉଠାଇ ଥିଲେ।ସଂଘର ସଭା ନେତ୍ରୀ କଣ୍ଡାଗୋରି ପାଇଡାମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି,ବନ୍ଧୁଗାଁ ସଙ୍ଘ ସମ୍ପାଦକ ପିଡ଼ିକା ସୁରିଆମା,ଆନ୍ଧ୍ର ଚାଷୀ ମୁଲିଆ ସଙ୍ଘ ସଭାପତି ଏମ.ବାସା,କୋଣ୍ଡାତାମରା ଜାମା,ଏମ.ଶ୍ରୀନୁ କେଣ୍ଡରୁକା,
ମାଲି କେଣ୍ଡରୁକା,ସୁବାରାଓ କେଣ୍ଡରୁକା,କାଡ୍ରାକା ଆଦାନା,
ଉପସ୍ଥିତ ଥିଲେ।