Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓମ୍ ସାଇ ବୈଷୟିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗୋପାଳପୁର,୧୦/୦୮ ଗୋପାଳପୁର ସନ୍ନିକଟ ନାରାୟଣପୁର ଠାରେ ଥିବା ଓମ୍ ସାଇ ବୈଷୟିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବୃକ୍ଷ ହିଁ ଜୀବନ ଲକ୍ଷ୍ୟ ନେଇ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ନିର୍ଦ୍ଦେଶକ ବାଳକୃଷ୍ଣ ପଣ୍ଡା, ପ୍ରଶାସନିକ ଅଧିକାରୀ ମୁରଲୀ ପାଢ଼ୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କଲେଜରେ ଅଧ୍ୟୟନ କରୁଥିବା ସମସ୍ତ ବିଦ୍ୟାର୍ଥୀ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଯେଉଁ ବିଦ୍ୟାର୍ଥୀ ନିଜେ ଲଗାଇଥିବା ଗଛର ଉପଯୁକ୍ତ ଯତ୍ନ ନେଇ ତାହାର ସୁରକ୍ଷା କରିବେ ସେମାନଙ୍କୁ କଲେଜ ପକ୍ଷରୁ ବାର୍ଷିକ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଇଂ ସୁଶୀଲ କୁମାର କାଣ୍ଡି, ରଞ୍ଜନ କୁମାର ତରାଇ,ମିଶ୍ରିଲାଲ ସାହୁ, ମନୋଜ କୁମାର ବ୍ରହ୍ମା,ଇଂ ସମୀର କୁମାର ପଣ୍ଡା,ଇଂ ଶଙ୍କର ପ୍ରସାଦ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଥିଲେ। ଆଗାମୀ ଦିନରେ କଲେଜ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯାଇ ପରିବେଶ ର ସୁରକ୍ଷା କରିବା ପାଇଁ କଲେଜ ଆଗେଇ ଆସିବ ବୋଲି ପ୍ରଶାସନିକ ଅଧିକାରୀ ମୁରଲୀ ପାଢ଼ୀ ପ୍ରକାଶ କରିଥିଲେ।ଏହା ସହ ପ୍ରଥମ ବର୍ଷରେ ନାମ ଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କୁ କଲେଜ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories