Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପଦର ପ୍ରଗତି ଶିଶୁ ମନ୍ଦିରରେ ସମ୍ବର୍ଦ୍ଧନା ଉଛବ,

ବେଲଗୁଣ୍ଠା, 10/08,ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ 153 ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର କେନ୍ଦୁପଦର ଅଞ୍ଚଳ ପାଇଁ ଗୌରବ ଆଣିଥିବା କେନ୍ଦୁପଦର ପ୍ରଗତି ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ ନିବେଦିତା ବିଶ୍ୱାଳଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ପ୍ରଗତି ଶିଶୁ ବିଦ୍ୟା ମନ୍ଦିର ସଭାପତି ଲକ୍ଷ୍ମୀ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜୟରାମ ସ୍ୱାଇଁ ପରିଚାଳନା କରିଥିଲେ I ଏହି ଉତ୍ସବରେ ବିଦ୍ୟାଳୟ ସମ୍ପାଦକ ବାସୁଦେବ ସାମଲ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରଜନୀକାନ୍ତ ମହାନ୍ତି, ନିରଞ୍ଜନ ବିଷୋୟୀ, ଭୋଜ ରାଜୁ ଦୋରା, ଦିଗମ୍ବର ଜେନା, ପରିଚାଳନା କମିଟି ସଦସ୍ୟ ବାଲାଜୀ ରାଉତ,ମନୋଜ କୁମାର ତ୍ରିପାଠୀ,ଦୀନବନ୍ଧୁ ଗୌଡ଼,ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିବେଦିତାଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ପ୍ରକାଶ ଥାଉକି ନିବେଦିତା ହେଉଛନ୍ତି ପ୍ରଗତି ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ସମ୍ପାଦକ ତଥା ବାଙ୍ଗରଡା ଗ୍ରାମ ନିବାସୀ ନିରଞ୍ଜନ ବିଶ୍ଵାଳଙ୍କ ଏକମାତ୍ର କନ୍ୟା I ନିବେଦିତା ପ୍ରଗତି ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ପ୍ରାରମ୍ଭରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ