Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଡି ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ସମ୍ପାନ

ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ସମ୍ପାନ
ବରପାଲି: ବରପାଲି କଦଳୀପାଲି ଜେଡି ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ମୁଖ୍ୟଅତିଥି ସ୍ଥାନିୟ ବିଡିଓ ପ୍ରସନ୍ନ କୁମାର ପାଣ୍ଡେ ଯୋଗ ଦେଇ କାର୍ଯ୍ଯକ୍ରମ ଉଦଘାଟନ ସହ ନିଶା ବ୍ଯବହାରର କୁପରିଣାମ ଓ ପାରିବାରିକ ଦୁସ୍ଥିତି,ସମାଜ ଉପରେ ପଡୁଥିବା ବ୍ଯତିକ୍ରମକୁ ନେଇ ଆଲୋଚନା କରିଥିଲେ। ବରଗଡ ସାମାଜିକ ସଂସ୍ଥା ଅରପଣ ଦ୍ବାରା କାର୍ଯ୍ଯକ୍ରମ ଆୟୋଜିତ ହୋଇଥିବା ସମୟରେ ମୂଖ୍ଯବକ୍ତା ଭାବରେ ପରିବେଶ ବିତ୍ତ ଜେଠୁ ଭୋଇ ଯୋଗ ଦେଇ ନିଶା ନିବାରଣ ଉପରେ ଭିନ୍ନଭିନ୍ନ ଉପାଦନ ଭିତ୍ତିକ ଶିକ୍ଷାମୂଳକ ବାର୍ତ୍ତା ମାନ ପ୍ରଦାନ କରିଥିଲେ। ସଂସ୍ଥା ପରିଚାଳକ ପ୍ରିୟଙ୍କା ପ୍ରିୟଦର୍ଶନୀ ସ୍ବାଗତ ସହ ସଭାକାର୍ଯ୍ଯ ସଂଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ମହାବିଦ୍ଯାଳୟ ଅଧ୍ଯକ୍ଷା ପଦ୍ମିନୀ ଦାଶ, ମହାବିଦ୍ଯାଳୟ ପ୍ରତିଷ୍ଠାତା ଅର୍ନ୍ତଯାମୀ ପଣ୍ତା,ଆଦର୍ଶ ବିଦ୍ଯାଳୟ ଅଧ୍ଯକ୍ଷ ସନ୍ତୋଷ ସାହୁ, ଅରପନ ସଂସ୍ଥା ପ୍ରତିଷ୍ଠାତା ସରୋଜ ସୂନା ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଶା ଶିକାରରେ ଘଟିଥିବା ଘଟଣାବଳି ସମ୍ବନ୍ଧିତ ଘଟଣା ଏବଂ ମର୍ମାନ୍ତିକ ଦୁର୍ଘଟଣା ସମ୍ପର୍କିତ ଆଲୋକପାତ କରିଥିଲେ। ସଭାକାର୍ଯ୍ଯ ପ୍ରାରମ୍ଭରୁ ମହାବିଦ୍ୟାଳୟ ଛାତ୍ରି ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ। ପରିଚାଳନାରେ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ,ନୀତିଶ ତାଣ୍ଡି,ଅଧ୍ୟାପିକା ନିଳୀମା ନାୟକ,ପିଙ୍କି ବାରିକ,ଅଙ୍କିତା ବାବୁ, ଜ୍ୟୋତି ସାହୁ, ମନ୍ଦାକିନୀ ମେହେର, ମୌସୁମୀ ମାଝୀ, ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ପ୍ରମୁଖ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ