Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେରି ମିଟି ମେରା ଦେଶ ଶପଥ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର 11.09 .. ଲକ୍ଷ୍ମୀପୂର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ , ଯୁବ ରେଡକ୍ରସ ୟୁନିଟ୍ ଏବଂ ମୋ କଲେଜ ଅଭିଯାନ ତରଫରୁ ସରକାରଙ୍କ ମେରି ମିଟି ମେରା ଦେଶ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଗଷ୍ଟ 9 ତାରିଖରୁ 16 ତାରିଖ ଯାଏଁ ସାରା ଦେଶରେ ଅନୁଷ୍ଠିତ ହେବ, ଆଜି ଏହାକୁ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ଉଦଘାଟନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅର୍ଥନୀତି ଅଧ୍ୟାପକ ଡଃ ଜଗନ୍ନାଥ ରଥ ଏହି ଶପଥର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଆମ ଭାରତ ମାଟି କିପରି ମହାନ୍ ସେ ବିଷୟ ରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ୟୁନିଟ୍ ଅଧିକାରୀ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିଲେ, ଅଧ୍ୟାପିକା ମୌତସି ପ୍ରଧାନ, ଜୟଶ୍ରୀ କରସୁଧା ପଟ୍ଟନାୟକ, ଏଙ୍କେ ଶ୍ବର ଖରା ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଯଶୋବନ୍ତ ଗରଡା ସମସ୍ତଙ୍କୁ ମେରି ମିଟି ମେରା ଦେଶ ଉପଲକ୍ଷେ ଶପଥ ପାଠ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ