ଜୈବିକ ଓ ପ୍ରାକୃତିକ କୃଷି ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଉଦଯାପିତ।


ଗୋପାଳପୁର,୧୧/୦୮ ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଦୁଇ ଦିନ ଧରି ଚାଲିଥିବା ଜୈବିକ ଓ ପ୍ରାକୃତିକ କୃଷି ଶୀର୍ଷକ କର୍ମଶାଳା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶସ୍ତିକରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଆଞ୍ଚଳିକ ଜୈବିକ କୃଷି କେନ୍ଦ୍ର ପକ୍ଷରୁ ଏହି କର୍ମଶାଳା ର ଆୟୋଜନ କରାଯାଇଥିଲା। ଆୟୋଜିତ କର୍ମଶାଳା ରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ଼ ସୁଜିତ କୁମାର ନାଥ ଅଧ୍ୟକ୍ଷତା କରିବା ସହ ସାଂପ୍ରତିକ ପରିସ୍ଥିତିରେ ଜୈବିକ ଓ ପ୍ରାକୃତିକ କୃଷିର ଉପାଦେୟତା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ଫସଲରେ ଅତ୍ୟାଧିକ ରାସାୟନିକ ସାର ପ୍ରୟୋଗ ବଦଳରେ ବିଭିନ୍ନ ଅଣରାସାୟନିକ ପଦ୍ଧତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜୈବ କୃଷି କାର୍ଯାଳୟ ର ଗବେଷଣା ଅଧିକାରୀ ଡ଼ ବିଜୟ ଯୋଗଦେଇ ଜିବାମୃତ,ବୀଜାମୃତ,ଆଗ୍ନେୟାସ୍ତ୍ର,ବ୍ରହ୍ମାସ୍ତ୍ର,ନିମାସ୍ତ୍ର ଆଜି ଜୈବିକ ଔଷଧର ପ୍ରସ୍ତୁତି ପ୍ରକ୍ରିୟା ବିଧି ସହ ଉପଯୋଗୀ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ର ମୃତ୍ତିକା ବୈଜ୍ଞାନିକ ଡ଼ ଦେବାଶିଷ ଷଡ଼ଙ୍ଗୀ ,ଶସ୍ୟ ବିଜ୍ଞାନ ବୈଜ୍ଞାନିକ ଡ଼ ସସ୍ମିତା ପ୍ରିୟଦର୍ଶିନୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୨୦ ଜଣ କୃଷି ଅଧିକାରୀ , ଆତ୍ମା ପରିଚାଳକ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆତ୍ମାର ଉପ ନିର୍ଦ୍ଦେଶକ ଅଜିତ ମହାପାତ୍ର , କେନ୍ଦ୍ର ର‌ ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ସହଯୋଗ କରିଥିଲେ।ଏହି ଅବସରରେ ସୋନପୁର ର କଙ୍କଡ଼ା ଚାଷୀ ଙ୍କୁ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲେ