ଲକ୍ଷ୍ମୀପୂର 11.09 …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୂର ବ୍ଲକ ବିଜେଡି ରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି, ଗତ ୩ ଦିନ ତଳେ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ଙ୍କ ସପକ୍ଷ ରେ ଅଦାଲତ ର ରାୟ ଆସିବା ପରେ ଧର୍ମ ର ବିଜୟୀ ହୋଇଛି, ନିଜ ବିଜେଡ଼ି ଦଳ ର ଲୋକେ ହିଁ କୋର୍ଟ ରେ ସାକ୍ଷୀ ପ୍ରଦାନ କରିବା ସହ ଅଧ୍ୟକ୍ଷା ପଦବୀରେ କେମିତି ଶୁଆଇ କୁଲେସିକା ହାରିଯାନ୍ତୁ ବୋଲି ଚେଷ୍ଟା କରିଥିଲେ ବୋଲି ବିଜେଡି ସାଧାରଣ ସମ୍ପାଦକ କୈଳାଶ କୁଲେସିକା ସାମ୍ବାଦିକ ସମ୍ମିଳନୀ କରି କହିଥିଲେ,, ଏହାର ଦିନକ ପରେ ବିଜେଡ଼ି ଯୁବ ସଭାପତି ରଞ୍ଜନ ଖରା କୋରାପୁଟ ରେ ସାମ୍ବାଦିକ ସମ୍ମିଳନୀ କରି କୈଳାଶ ଙ୍କୁ ଆମଦାନୀ ନେତା ବୋଲି କହିବା ସହ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଵା ପରେ ଦଳ ରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି ବୋଲି କହିବା ସହ ସେ ଦଳ ରେ ଆସିବା ଯୋଗୁଁ ଗତ ଜିଲ୍ଲା ପରିଷଦ ନିର୍ବାଚନ ରେ ୭ ଟି ଆସନ ରୁ ପାଞ୍ଚ ଟି ଆସନ ରେ ପରାଜୟ ବରଣ କରିବାକୁ ପଡିଥିଲା ବୋଲି କହିଥିଲେ, କେବଳ ସେତିକି ନୁହଁ ଅନେକ କିଛି କହିବା ସହ ପୁଣି ଶୁଆଇ କୁଲେସିକା ଙ୍କ ବିରୋଧରେ ପୁଣି ହାଇ କୋର୍ଟ ରେ ଆଶ୍ରୟ ନେବୁ ବୋଲି ପ୍ରକାଶ କରିଥିଲେ…ଏନେଇ ଆଜି ପୁଣି କୈଳାଶ କହିଛନ୍ତି କି ସେ ନିଜେ ଜଣେ ଶୃଙ୍ଖଳିତ କର୍ମୀ, ତାଙ୍କ ନା ରେ ଅପ ପ୍ରଚାର କରାଯାଉଛି, ତାଙ୍କ ପତ୍ନୀ ଅଧ୍ୟକ୍ଷା ହେବା କାରଣରୁ ନିଜ ଦଳୀୟ କର୍ମୀ ହିଁ ସହ୍ୟ କରିପାରୁନାହାନ୍ତି, ଗତ ନିର୍ବାଚନ ରେ ଶିକ୍ଷକ ଶଙ୍କର ସାଉଁତା 25ଲକ୍ଷ ଟଙ୍କା ଖର୍ଚ କରି ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ରେ ତାଙ୍କର ପ୍ରାର୍ଥୀ ଙ୍କୁ ପରାସ୍ତ କରାଇଲେ ବୋଲି କହିଛନ୍ତି,ବର୍ତମାନ ର ଯୁବ ସଭାପତି ବିଧାୟକ ଙ୍କ ନାମରେ କାମ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି,ଏ କଥା ବିଧାୟକ ମଧ୍ୟ ଅବଗତ ଅଛନ୍ତି,ସେ ଟଙ୍କା ରେ ଗତ ନିର୍ବାଚନ ରେ ମୋର ପ୍ରାର୍ଥୀ ମାନଙ୍କୁ ହରାଇଲେ ବୋଲି ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି,ରାଜନୀତି କରିବାର ଯଦି ଅଛି ଶିକ୍ଷକ ପଦବୀ ରୁ ଇସ୍ତଫା ଦେଇ ମୈଦାନ କୁ ଆସନ୍ତୁ ବୋଲି ଖୋଲା ଖୋଲି ଚାଲେଞ୍ଜ କରିଛନ୍ତି କୈଳାଶ….ଏନେଇ ସେ ଦଳ ର ହାଇ କମାଣ୍ଡ ଙ୍କ ସହ ଜିଲ୍ଲା ସଭାପତି ଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି,,ଅନ୍ୟାପକ୍ଷରେ ଶିକ୍ଷକ ଶଙ୍କର ସାଉଁତା କହିଛନ୍ତି କି ସେ ମଧ୍ୟ ସମିତି ସଭ୍ୟା ସକାଶେ ତାଙ୍କ ନିଜ ଭାଇବୋହୁ ଙ୍କୁ ପ୍ରାର୍ଥୀ କରିଥିଲେ ଓ ତାଙ୍କ ସପକ୍ଷରେ ରହିଥିଲେ ତେଣୁ ପାରୁ ପର୍ଯ୍ୟନ୍ତ ଖର୍ଚ କରିଥିଲେ, ନିର୍ବାଚନ ସମୟରେ ସେମିତି ହୂଏ ବୋଲି ସେ କହିଛନ୍ତି,,ଯୁବ ସଭାପତି ଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ,,ନବନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଝିନ ହିକକା ଏ ସମ୍ପର୍କ ରେ ତାଙ୍କ ନିକଟରେ କୌଣସି ଅଭିଯୋଗ ଆସିନଥିବା କହିବା ସହ ଏହା ତାଙ୍କ ଦୁଇ ଜଣଙ୍କ ମଧ୍ୟ ର କଥା ବୋଲି କହି ଏଡାଇ ଯାଇଥିଲେ…..ଦଳ ଭିତରେ ବିଜେଡି କର୍ମୀ କର୍ମୀ ଓ ଦଳୀୟ ନେତା ମାନଙ୍କର ଆକ୍ଷେପ ପ୍ରତି ଆକ୍ଷେପ ଦଳ ର ଗୋଷ୍ଠୀ କନ୍ଦଳ କୁ ପଦାକୁ ପକାଇଛି….