Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ବିକ୍ରୀ ଘଟଣା. ମୁଖ୍ୟ ଅଭିଯୁକ୍ତ ଗିରପ

ପୂର୍ବରୁ ଏହି ଘଟଣା ସମ୍ପର୍କ ରେ ଶିଶୁ ପୁତ୍ର ର ବାପା ସନ୍ତୋଷ ପୁଟେଲ ଓ ସ୍ଥାନୀୟ ଦୁଇ ଜଣ ମଧସ୍ଥି ରମଜାନ ଖାନ ଓ ଭବାନୀପାଟଣା ର ରାଜା ଦୁର୍ଗା କୁ ଗିରପ କରି କୋର୍ଟ ଚାଲାଣକରିଥିବା ବେଳେ ଆଜି ଛତିସଗଡ଼ ରାଜ୍ୟ ରାୟଗଡ଼ ଅଞ୍ଚଳ ର ଅମିତ ଅଗ୍ରୱାଲ ନାମକ ଜଣେ ବ୍ୟବସୟୀ କୁ ଗିରପ କରିଛି ପୋଲିସ।ତେବେ ରାୟପୁର ର ଜଣେ ଦଲାଲ ବିକ୍ରମ ଭାନ ଙ୍କ ସହାୟତା ରେ ରାୟଗଡ ଜିଲ୍ଲା ର ସାରଳାଭିରଲା ଚକ୍ରଧରନଗର ନିବାସୀ ଅମିତ ଅଗ୍ରୱାଲ ଙ୍କୁ ବିକ୍ରି କରିଥିଲେ। ପୋଲିସ ପୂର୍ବରୁ ନବଜାତ ଶିଶୁ କୁ ଛତିଶଗଡ ଅଞ୍ଚଳ ରେ ବିକ୍ରି କରାଯାଇଥିବା ସୁରାଗ ପାଇଁ ଚଢ଼ଉ ଯାରିରଖିଥିଲେ।ପରେ କୌଣସି ସୂତ୍ର ରୁ ଖବର ପାଇଁ ଅମିତ ଅଗ୍ରୱାଲ ଙ୍କ ବାସ ଭବନ ଉପରେ ଟିଟିଲାଗଡ ପୋଲିସ ଚଢ଼ାଉ କରିଥିଲା ଚଢ଼ାଉ କରିଥିବା ସମୟ ରେ ପୋଲିସ ଶିଶୁ ଟି କୁ ଉଦ୍ଧାର କରିଥିବା ବେଳେ ଅମିତ ଫେରାର ହେବା ରେ ସକ୍ଷମ ହୋଇଥିଲା ପରେ ଅମିତ ର ମୋବାଇଲ କୁ ଟ୍ରାକିଙ୍ଗ କରି ପୋଲିସ ଅମିତ କୁ ଗିରପ କରିବା ରେ ସଫଳ ହୋଇଛି। ଅମିତ କୁ ପୋଲିସ ଟିଟିଲାଗଡ ଥାନା କୁ ଆଣି ପଚରାଉଚରା କରିବା ସହ କର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଟିଟିଲାଗଡ ଏସ ଡି ପି ଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି। ତେବେ ଏ ନେଇ ତଦନ୍ତ ଜାରି ରହିଥିବା ବେଳେ ଫେରାର ଥିବା ଅନ୍ୟ ଦଲାଲ ବିକ୍ରମ ଭାନ କୁ ମଧ୍ଯ ଗିରପ କରାଯିବ ବୋଲି ଟିଟିଲାଗଡ଼ ଏସ ଡି ପି ଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ