Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ଲକ୍ଷ୍ମୀପୂର ୧୨/୦୮.. ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାର ଦ୍ଵିତୀୟ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାରେ ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ବେହେରାମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଭାର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ଛାତ୍ର ଛାତ୍ରୀ କିପରି ବିଦ୍ୟାଳୟକୁ ନିୟମିତ ଭାବେ ଆସିବେ ଓ ତଥା ଉତ୍ତମ ସୈଖିକ ବାତାବରଣ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବେ ଏଥି ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।ପ୍ରଧାନ ଶିକ୍ଷକ ଅଭିଭାବକ ମାନେ ଛାତ୍ର ଛାତ୍ରୀ ଙ୍କୁ ଉଚିତ ମାର୍ଗ ଦର୍ଶକ ଦେବା ସହ ଅଭିଭାବଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ଦେବା ସଂଗେ ସଂଗେ ସ୍ୱୋଛତା ଉପରେ ଆଲୋକ ପାତ କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମୁକ୍ତ ବିଦ୍ୟାଳୟ ଅଧୀନରେ ୧୫ ରୁ ୧୮ ବର୍ଷ ମଧ୍ୟରେ ପାଠ ଅଧା ରୁ ଛାଡିଥିବା ଛାତ୍ର ଛାତ୍ରୀ ଅଗଷ୍ଟ ୩୧ ସୁଦ୍ଧା ଦଶମ ଶ୍ରେଣୀ ରେ ମାଗଣା ପ୍ରବେଶ ପାଇଁ ଆହ୍ବାନ ଦେବାସହ ବାଲ୍ୟ ବିବାହ ସଚେତନତା ଉପରେ ଚର୍ଚ୍ଚା କରିଥିଲେ।ଶିକ୍ଷକ ସପନ କୁମାର ଦିକ୍ଷୀତ ଅନ ଲାଇନ ସୁରକ୍ଷା, ସାଇବର ସଚେତନତା, ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ନିରାପତ୍ତା ତଥା ହାଉସ ସିଷ୍ଟମ୍ ପ୍ରଚଳନ ଓ କ୍ୟାରିୟର ଯୋଜନା ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶଙ୍କର ଗୁଡ଼ୁମ୍ବକା ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା, ଉତ୍କର୍ଷ ପାଠ୍ୟ ବିଷୟ ଆଲୋଚନା କରିଥିବା ବେଳେ ଶିକ୍ଷକ ସୁକାନ୍ତ ଯାଦବ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତୀ ସାଧନ ରେ ଅଭିଭାବକଙ୍କ ଭୂମିକା ଓ ସୁଶ୍ରୀ କସ୍ତୁରୀ ଶବର ପିଲାମାନଙ୍କ ମାନସିକ ଚାପ ର ଦୂରୀକରଣ ବିଷୟରେ ଅବଗତ କରିଥିଲେ ଓ କ୍ରୀଡା ଶିକ୍ଷକ ଆଶୀର୍ବାଦ ନାୟକ ସ୍ୱଚ୍ଛତା ପକ୍ଷ ପାଳନ ପାଇଁ ଆହ୍ବାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ପରମେଶ୍ବର ସାହୁ ଆଲୋଚନାରେ ଭାଗ ନେଇ ୫ ଟି ପାଠ୍ୟ କ୍ରମ କୁ ତଥା ସରକାରଙ୍କ ଆଭିମୁଖ୍ୟ କୁ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀ ଏହାର ସମ୍ପୂର୍ଣ୍ଣ ସୁଯୋଗ ନେବାକୁ ଅଭିଭାବକ ଙ୍କୁ ଅନୁରୋଧ ରଖିଥିଲେ ଓ ଅଭିଭାବକ ପ୍ରତିନିଧି ଭାବେ ଏକଲବ୍ୟ ଚୌଧୁରୀ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଭୂମିକା କୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନି ଭି ନାଗା ରାଜୁ,ଶିକ୍ଷୟତ୍ରୀ ଜ୍ୟୋଚନା ପଣ୍ଡା, ସୁନିତା ସାହୁକାର, ମାଧୁରୀ ଲେଙ୍କା, ରୋଜାଲିନ ସ୍ବାଇଁ,ଅଭିଭାବକ ଦିଲ୍ଲୀପ ବିଡ଼ିକା, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ଅଭିଭାବକ ଙ୍କ ସହ ମତ ପୋଷଣ କରିଥିଲେ। ବାଲ୍ୟ ବିବାହ ସଚେତନତା ପାଇଁ ଶପଥ ପାଠ କରାଯାଇଥିଲା।ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭା କୁ ବରିଷ୍ଠ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ନୂତନ ଚେଟୀ,ବୈଜୟନ୍ତ ମିନ୍ୟକା,କୁନ୍ତୀ ମୁଦୁଲି ଓ ରାଜଶ୍ରୀ ମହାରଣା ସହଯୋଗ କରିଥିଲେ।ଉକ୍ତ ସଭାରେ ୧୫୦ ରୁ ଉର୍ଦ୍ଧ୍ଵ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ଅଲୁମ୍ନି ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ