Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ତେଜିବ ଟିଟିଲାଗଡ଼ ଜିଲ୍ଲା ଦାବୀ ପ୍ରସଙ୍ଗ…

ଟିଟିଲାଗଡ଼ ଜିଲ୍ଲା ଦାବୀ ନେଇ ଆଜି ଟିଟିଲାଗଡ଼ ମହାବୀର ପଂଚାୟତ ଧର୍ମଶାଳା ପରିସରରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆୟୋଜିତ ଏହି ବୈଠକ ରେ ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତି ବିଶେଷ, ଛାତ୍ର, ମହିଳା ସଂଗଠନ ର କର୍ମକର୍ତା, ବୁଦ୍ଧିଜୀବୀ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ପ୍ରଥମ ପର୍ଯ୍ୟାୟ ରେ ଟିଟିଲାଗଡ଼ ସହରକୁ ଆସନ୍ତା ଗୁରୁବାର 17 ତାରିଖ ଦିନ ଟିଟିଲାଗଡ଼ ସହରକୁ 12 ଘଣ୍ଟିଆ ବନ୍ଦ ର ଡାକରା ଦେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି l ଅନେକ ଥର ରାଜ୍ୟ ସରକାର ଟିପ୍ରସଙ୍ଗରେ ସରକାର ବିଚାର କରୁଥିବା କହିଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ତଥା 5ଟି ସଚିବ ଟିଟିଲାଗଡ଼ ଗସ୍ଥରେ ଗତ 7ତାରିଖ ଦିନ ଆସି ସାଧାରଣ ଲୋକଙ୍କ ଜନଅଭିଯୋଗ ସଭାରେ ଯୋଗ ଦେଇ କେବଳ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ କମ୍ୟୁନିଟି ସେଣ୍ଟର ଉପରେ କହି ଚାଲିଯାଇଥିବାରୁ ଏହା ଟିଟିଲାଗଡ଼ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁ ତଥା ଯୁଗ୍ମ ଆବାହକ ମହେଶ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ନାଗରିକ କମିଟି ର ସଭାପତି ବରିଷ୍ଠ ଆଇନଜୀବି ରାଧାକାନ୍ତ ପାଢ଼ୀ, ରବି କିରଣ ସ୍ୱାଇଁ, କମ୍ଭୁ ପାଣି ପାଢ଼ୀ,ଘିନୁ ଆଡ଼ଯୁଆରଡ଼, ଲାଏନ୍ସ କ୍ଳବ ର ସଭାପତି ସନ୍ତୋଷ ମହାନ୍ତି, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ଚାଷୀ ନେତା ବାଲକୃଷ୍ଣ ଷଣ୍ଢ,ଅଞ୍ଜଳିବେହେରା,ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ଛାତ୍ର ନେତା ଅମ୍ଲାନ ଷଡ଼ଙ୍ଗୀ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ,ବିଜେପି ନେତା ମୁକେଶ ଜୈନ, କୈଳାସ ସାହୁ, ଆକାଶ ସାହୁ, ଆଲୋକ ନାୟକ, ହରି ବହିଦାର, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା, ବିଜେଡି ନେତା ପ୍ରେମ ଚନ୍ଦ ଜୈନ,ରଣଜିତ ପୃଷ୍ଟି, ମନୋଜ ଶତପଥୀ, ସଞ୍ଜୟ ବେହେରା ପ୍ରମୁଖ ମତାମତ ଦେଇଥିବା ବେଳେ ସହରର ଅନେକସଂଗଠନ ର ସଦସ୍ୟ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ