Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଟିଲ ଏଞ୍ଜେଲସ୍ ଏକାଡେମୀ କ୍ରିକେଟ ପ୍ରତିଯୋଗିତା

ବରପାଲି : ବରପାଲି ବ୍ଲକ ଲେଣ୍ତା ପଞ୍ଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ଏଞ୍ଜେଲସ ଏକାଡେମୀର ଏକ ବନ୍ଧୁତ୍ଵପୂର୍ଣ୍ଣ ଆନ୍ତଃ ବିଦ୍ୟାଳୟ ସ୍ତରିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରତିଯୋଗିତାକୁ ଏକାଡେମୀ ଡାଇରେକ୍ଟର କୁଳଦୀପ ଆନନ୍ଦ, କ୍ରିଏଟିଭ ଡାଇରେକ୍ଟର ସ୍ରିଷ୍ଟି ମୁଣ୍ଡ ,ସଞ୍ଚାଳନ ପ୍ରମୁଖ ରୋହିତ ରୟ ଓ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପ୍ରଥମ ଖେଳଟି ଡୁଙ୍ଗୁରିପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବାଳିକା କ୍ରିକେଟ ଦଳ ଟସ୍‌ ଜିଣିଲା ପରେ ବ୍ୟାଟିଂ ପର୍ବ ଆରମ୍ଭ କରିଥିଲେ। ସମୁଦାୟ ୧୦ ଓଭରରେ ୩୨ ରନ୍‌ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳ ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବାଳିକା କ୍ରିକେଟ ଦଳ ଅଧିନାୟିକା ପ୍ରତ୍ୟାଶା ତ୍ରିପାଠୀଙ୍କ ନେତୃତ୍ଵରେ ୩ ଓଭରରେ ୩୩ ରନ କରି ବିଜୟୀ ଦଳ ଭାବରେ ଘୋଷିତ ହୋଇଥିଲେ । ସେହିପରି ଦ୍ବିତିୟ ଖେଳଟି ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବାଳକ କ୍ରିକେଟ ଦଳ ଅଧିନାୟକ ଅଭିଷେକ ପଣ୍ଡାଙ୍କ ନେତୃତ୍ଵରେ ବ୍ୟାଟିଂ ପର୍ବ ଆରମ୍ଭ କରିଥିଲେ। ଦଳ ଛଅ ଓଭରରେ ୩୦ ରନ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ। ପ୍ରତିପକ୍ଷ ଦଳ ଡୁଙ୍ଗୁରିପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବାଳକ କ୍ରିକେଟ ଦଳ ଇସ୍ମିତ ଆର୍ଯ୍ୟନ ଦାସଙ୍କ ଅଧିନାୟକତ୍ୱରେ ଖେଳାଳୀ ମାନେ ୬ ଓଭର ମଧ୍ଯରେ ନିଜ ଲକ୍ଷ୍ୟ ପୂରଣ କରି ବିଜୟ ହାସଲ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ଼ ଭାବରେ ବାଳିକା ବିଭାଗରୁ ପ୍ରତ୍ୟାଶା ତ୍ରିପାଠୀ ଓ ବାଳକ ବିଭାଗରୁ ସଙ୍କେତ ପ୍ରଧାନ ଘୋଷିତ ହୋଇଥିଲେ । ସମସ୍ତ ମ୍ୟାଚର ଅଫିସିଆଲ ଦାୟିତ୍ବରେ ଖେଳ ଶିକ୍ଷକ ସୁଦାମ ପଧାନ ଓ ସୌଭାଗ୍ୟ ରଞ୍ଜନ ବିଶ୍ଵାଳ ପରିଚାଳନା ଦାୟିତ୍ବ ତୁଳାଇଥିଲେ। ବିଜୟୀ ପ୍ରତିଯୋଗୀ ମାନଙ୍କୁ ପ୍ରଶାସନିକ ଅଧିକାରୀ ପୁରସ୍କୃତ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପୁରନ୍ଦର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ