Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ପାଘାତରେ ମହିଳାଙ୍କ ବିୟୋଗ

ବରପାଲ :ବରପାଲି ବ୍ଲକ ତିଲେଇମାଲ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସାପ କାମୁଡାରେ ଜୈନେକ ମହିଳା ନିଜର ତିନି ମାସର ଶିଶୁ କନ୍ଯାକୁ ଛାଡି ଆରପାରିକି ଚାଲିଯାଇଛନ୍ତି। ସୂଚନାନୁଯାୟୀ ସାର୍ଥିକ ପୋଢଙ୍କ ପରିବାର ଶୁକ୍ରବାର ରାତ୍ର ସମୟରେ ଖିଆପିଆ ସାରି ଶୋଇବାକୁ ଯାଇଥିଲେ। ସାର୍ଥିକଙ୍କ ପତ୍ନୀ ସସ୍ମିତା ପୋଢ ତାଙ୍କର ତିନି ମାସର ଶିଶୁ କନ୍ଯାକୁ ସାଙ୍ଗରେ ନେଇ ପ୍ରତି ଦିନ ପରି ଘରର ତଳ ଅଶଂରେ ସପରିବାର ସହ ଶୋଇଥିଲେ। ଶନିବାର ପ୍ରତ୍ଯୁଷରେ ସସ୍ମିତା ନିଜ ଗୋଡରେ କିଟ ଦଶଂନ କଲାପରି କଷ୍ଟ ଅନୁଭବ ହେବାରୁ ସ୍ବାମି ସାର୍ଥିକକୁ ଜଣାଇଥିଲେ। ପରେ ଏକ ବିଶଧର ସାପ ଘର ବାହରକୁ ଚାଲି ଯାଉଥିବା ପରିବାର ଲୋକେ ଦେଖି ଭୟରେ ହାଲ୍ଲା କରିଥିଲେ। ପରେ ସସ୍ମିତାଙ୍କୁ ସମ୍ପର୍କିୟଙ୍କ ସହାୟତାରେ ପ୍ରଥମେ ବରପାଲି ଓ ପରେ ବୁର୍ଲାକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସିତ ହେଉଥିବା ବେଳେ ଗତ ଶନିବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା। ଗତ ରାତ୍ର ସମୟରେ ପରିବାର ଲୋକେ ଓ ବନ୍ଧୁବାନ୍ଧବଙ୍କ ଗହଣରେ ଅନ୍ତିମ ଶେଷକାର୍ଯ୍ଯ ସମାପନ କରିଥିଲେ। ସସ୍ମିତା ଓ ତାଙ୍କ ସ୍ବାମୀଙ୍କ ନିଜସ୍ବ ଜମିବାଡି ନଥିବା ବେଳେ ପରଘରେ ମୂଳ ଲାଗି ପରିବାରର ପେଟପାଟଣା ଚଳାଇ ଆସୁଥିଲେ। ବର୍ତ୍ତମାନ ପରିବାର ଉପରେ ଦୁଖଃର ପାହାଡ ଲଦି ହୋଇଥିବା ବେଳେ ଏକ ତିନି ମାସର ଶିଶୁକନ୍ଯାୱ ସମେତ ଅନ୍ଯ ଦୁଇଟି କୁନିକୁନି ମାଁଛେଉଣ୍ଡ ଶିଶୁଙ୍କୁ କିପରି ପ୍ରତିପୋଷଣ କରିବି ବୋଲି ସାର୍ଥିକ ମାନଶିକ ସ୍ତରରେ ବୋଝ ଲଦି ହୋଇଯାଇଛି। ତିଲେଇମାଲ ସରପଞ୍ଚ ତଥା ଗ୍ରାମବାସି ମାନେ ନିରିହ ଗରିବ ପରିବାରର ସହାୟତା ଯୋଗାଇ ଦେବା ପାଇଁ ପ୍ରସାସନକୁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ