Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକରଡା ରୁ ବନ ବିଭାଗ ପକ୍ଷରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ଗୋପାଳପୁର,୧୩/୦୮ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚିକରଡା ଗ୍ରାମରୁ ଶନିବାର ରାତିରେ ଏକ ୧୦ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ। ଚିକରଡା ଗ୍ରାମ ମୁହଁରେ ବିରାଟକାୟ ସାପଟି ଏକ ବଣ ବିଲୁଆକୁ ଖାଇବା ପାଇଁ ଧରିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସାପକୁ ଦେଖିବା ପାଇଁ ସେଠାରେ ଭିଡ ଜମିବାରୁ ସାପଟି ବିଲୁଆକୁ ନ ଖାଇ ନିକଟରେ ଥିବା ଏକ ଖଜୁରି ଗଛରେ ଚଢି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରୟାସ ପରେ ସାପଟି ଗଛରୁ ତଳକୁ ନ ଖସିବାରୁ ଶେଷରେ ଖଜୁରି ଗଛଟିକୁ କଟା ଯାଇଥିଲେ। ଏହାପରେ ବନ କର୍ମଚାରୀମାନେ ବିରାଟକାୟ ୧୦ ଫୁଟର ସାପଟିକୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ପାରା ବନ କର୍ମଚାରୀ କପିଳେଶ୍ୱର ଦାସ, ଶ୍ରୀକାନ୍ତ ପଢିଆଳି, ରବି ଦାସ, ବୁଦ୍ଧିଆ ସେଠୀ, ନାରାୟଣ ସେଠୀ, ଗଜାନନ ସାମନ୍ତରାୟ ଓ ସ୍ୱାଧିନ ନାୟକ ପ୍ରମୁଖ ସାମିଲ ଥିଲେ। ସେହିପରି ଉଦ୍ଧାର ସାପଟିର ସ୍ୱାସ୍ଥ୍ୟ ପରିକ୍ଷା ପରେ ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories