Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳେଞ୍ଜିପଲ୍ଲୀ ରେ ଗୁଣି ସନ୍ଦେହ ରେ ଜଣଙ୍କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଲେ, ପୋଲିସ ଦ୍ବାରା ୭ ଗିରଫ

ଖଲ୍ଲିକୋଟ–୧୪/୦୮–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଂଚାୟତ ର କାଳେଞ୍ଜିପଲ୍ଲୀ ଗ୍ରାମରେ ଗୁଣି କରୁଥିବା ସନ୍ଦେହ ରେ ଜଣେ ବ୍ୟକ୍ତି ଙ୍କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିବା ଅଭିଯୋଗ ରେ ଆଜି ୭ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ ।ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କାଳେଞ୍ଜିପଲ୍ଲୀ ଗ୍ରାମର ବିଦେଶୀ ପ୍ରଧାନ ଙ୍କ ୮ ବର୍ଷ ର ପୁଅ ସୁକମୁନି ପ୍ରଧାନ ଙ୍କ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ମୃତ୍ୟୁ ହୋଇଥିଲା ।ପୁଅ ର ମୃତ୍ୟୁ ରେ ପୁରା ପରିବାର ଶୋକ ରେ ବୁଡି ରହିଥିବା ବେଳେ ଗତକାଲି ରାତିରେ ମାଆ ମାଳତୀ ଏକ ସ୍ୱପ୍ନ ଦେଖିଥିଲେ ।ଗ୍ରାମର ସହଦେବ ପ୍ରଧାନ ତାଙ୍କ ପୁଅ କୁ ଗୁଣି କରି ମାରି ଦେଇଥିବା ସ୍ୱପ୍ନ ରେ ଦେଖିବା ପରେ ଆଜି ସକାଳେ ପରିବାର ଲୋକ ଙ୍କୁ ମାଳତୀ ଏ ସମ୍ପର୍କରେ ଜଣାଇଥିଲେ ।ଏହା ଶୁଣି ଉତ୍ତ୍ୟକ୍ତ ହୋଇ ବିଦେଶୀ ପ୍ରଧାନ ତାଙ୍କ ଦୁଇ ଭାଇ ବିଦ୍ୟାଧର ଓ ନନ୍ଦି ପ୍ରଧାନ, ଶ୍ୱଶୁର ମୋହନ ପ୍ରଧାନ, ଦୁଇ ଶଳା ଟୁକୁନା ଓ ଅମୀନ ପ୍ରଧାନ, ଦାଦା ମଦନ ପ୍ରଧାନ ମିଳିତ ହୋଇ ସହଦେବ ପ୍ରଧାନ ଙ୍କୁ ଘରୁ ଟାଣି ଆଣି ଗ୍ରାମର ଏକ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦେଇଥିଲେ ।ତେବେ ଗ୍ରାମବାସୀ ଏହି ଘଟଣା କୁ ବିରୋଧ କରି ପ୍ରତିବାଦ କରିବାରୁ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।ଏହାପରେ ଗ୍ରାମବାସୀ ସହଦେବ ଙ୍କୁ ବିଦ୍ୟୁତ ଖୁଣ୍ଟ ରୁ ମୁକୁଳାଇବା ସହ ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସ ଆଇ ପାର୍ଥ ପ୍ରତିମ ଦେବତା, ହିମାଂଶୁ ଶେଖର ପାତ୍ର, କନେଷ୍ଟବଳ ମନୋରଞ୍ଜନ ଦାସ, ହୋମଗାର୍ଡ ମୁକେଶ ବୈଦ୍ୟ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିବା ସହ ସମସ୍ତ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୫୬୬/୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ କରି ଗିରଫ ୭ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories