Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଗ ଶଯ୍ୟା ରେ ପଡି ଛଟପଟ ହେଉଛନ୍ତି କର୍କଟ ରୋଗୀ ଭାନୁ ଯାନୀ, ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

ଖଲ୍ଲିକୋଟ–୧୩/୦୮–ରୋଗ ଶଯ୍ୟା ରେ ପଡି ଛଟପଟ ହେଉଛନ୍ତି କର୍କଟ ରୋଗୀ ଭାନୁ ଯାନୀ ।ନିର୍ମଳଝର ଠାରେ ଥିବା କମ୍ୟୁନିଷ୍ଟ ପାର୍ଟି ପଛ ପଟେ ଭାନୁ ଙ୍କ ଘର ।ସ୍ୱାମୀ ଭାସ୍କର ଯାନୀ କେବେ ଠାରୁ ନିଖୋଜ ଥିବା ବେଳେ ପୁଅ ବଳରାମ ଯାନୀ ଜଣେ ଶାରୀରିକ ବିକଳାଙ୍ଗ ।ଭାନୁ ଙ୍କ ଦେହ ଖରାପ ହେବା ପରେ ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ ।ଚିକିତ୍ସା ସମୟରେ ସେ କର୍କଟ ରୋଗ ରେ ପୀଡ଼ିତ ହୋଇଥିବା ଜଣାପଡିଥିଲା ।ଏହାପରେ ଭାନୁ ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହୋଇ ଯାହା ସମ୍ବଳ ଥିଲା ସବୁ ଖର୍ଚ୍ଚ ହୋଇଯିବା ପରେ ବର୍ତ୍ତମାନ ଘରେ ରୋଗ ଶଯ୍ୟା ରେ ପଡି ଛଟପଟ ହେଉଛନ୍ତି ।ଚିକିତ୍ସା କରିବା ପାଇଁ ତାଙ୍କର ଆଉ କୌଣସି ସମ୍ବଳ ନାହିଁ ।ସରକାରୀ ସହାୟତା ମିଳିଲେ ହିଁ ଭାନୁ ଙ୍କ ଚିକିତ୍ସା ସମ୍ଭବ ହୋଇ ପାରିବ ।ଆଜି କମ୍ୟୁନିଷ୍ଟ ପାର୍ଟି ସମ୍ପାଦକ ଦୁର୍ଗା ଚରଣ ପାତ୍ର,ସହ ସମ୍ପାଦକ ଜୟରାମ ଦାଶ,କ୍ଷେତ ମଜଦୂର ୟୁନିଅନ ର ଜିଲ୍ଲା ସଭାପତି ରଘୁନାଥ ଗୌଡ଼,ଅଞ୍ଚଳ ସଭାପତି ରବି ସ୍ୱାଇଁ,ଆଇନଜୀବୀ ସୀମାଞ୍ଚଳ ବେହେରା,କୃଷକ ନେତା ଲକ୍ଷ୍ମୀ ଚରଣ ପାଣିଗ୍ରାହୀ,ଯୁବନେତା ମନୋଜ କୁମାର ଗୌଡ଼,ଆଦିବାସୀ ନେତା ଗୁରୁଦେବ ଯାନୀ, ସୁବାସ ଯାନୀ ପ୍ରମୁଖ ଭାନୁ ଯାନୀ ଙ୍କ ଘରକୁ ଯାଇ ଆଶ୍ୱାସନା ଦେବା ସହ ତାଙ୍କର ଚିକିତ୍ସା ବ୍ୟବସ୍ଥା ସରକାର କରିବା ପାଇଁ ଦାବୀ କରିଛନ୍ତି ।ସରକାର ତୁରନ୍ତ କର୍କଟ ରୋଗାକ୍ରାନ୍ତ ଭାନୁ ଯାନୀ ଙ୍କ ଚିକିତ୍ସା ବ୍ୟବସ୍ଥା ଗ୍ରହଣ ନ କଲେ ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିବେ ବୋଲି କମ୍ୟୁନିଷ୍ଟ ନେତା ମାନେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories