Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନର୍ାର ଚେତାବନୀ

ବରପାଲି :ବରପାଲି ବ୍ଲକ ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ପକ୍ଷରୁ ସ୍ଥାନିୟ ତହସିଲଦାରଙ୍କୁ ଜମି ମାଲିକାନା ଓ ନେଟପଟ୍ଟା ମୂଳକ ସମସ୍ଯାର ସମାଧାନକୁ ନେଇ ଚେତାବନୀ ଜଣାଇଛି। ସୋମବାର ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବରପାଲି ବ୍ଲକ୍ ସଭାପତି ତ୍ରିଲୋଚନ ଭୁଏଙ୍କ ସମେତ ଅଜିତ୍ ରାଏ ,ଗଜିନ୍ ଭୁଏ , କୁମର ଭୁଏ , ଯୁଧିଷ୍ଠିର ମାଝୀ, ଗିରିଧାରୀ ସେଠ୍ ପ୍ରମୁଖ ଉପସ୍ଥିତ ରହିଥିଲା । ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଭୂମିହୀନ ଆଦିବାସୀ ଓବିସି ଦଲିତ ମାନେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସିଲିଂ ଜମିର ମାଲିକାନା ପାଇଛନ୍ତି। ହେଲେ ପ୍ରାପ୍ତି ଜମିର ନେଟ୍ ପଟ୍ଟା ଆଜି ପର୍ଯ୍ଯନ୍ତ ମିଳିନାହିଁ। ପୁର୍ବରୁ ସମସ୍ଯା ସମ୍ପର୍କରେ ହିତାଧିକାରୀ ମାନେ ବହୁବାର ରାଜସ୍ବ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ ଆଣିଛନ୍ତି। ଖବରଟି ବିଭିନ୍ନ ଗଣବାର୍ତ୍ତା ମାନଙ୍କରେ ପ୍ରଚାର ପ୍ରସାର ମଧ୍ଯ ହୋଇଥିଲା। ହେଲେ ଦିନ ପରେ ଦିନ ବିତିଗଲା ପରେ ମଧ୍ଯ ହିତାଧିକାରୀ ମାନଙ୍କ ହାତ ଖାଲି କେବଳ ଆସ୍ବାସନା ଭରସାରେ ବସି ରହିଛନ୍ତି। ଦଳିତ ସେନା ସଦସ୍ଯ ମାନଙ୍କ କହିବା କଥା ଯେଉଁ ହିତାଧିକାରୀ ମାନେ ଇଣ୍ଟିମେସନ୍ ଅର୍ଡର୍ ପ୍ରାପ୍ତ କରିଛନ୍ତି ଉକ୍ତ ହିତାଧିକାରୀ ମାନଙ୍କୁ ୧୫ ଦିନ ମଧ୍ୟରେ ନେଟପଟ୍ଟା ପ୍ରଦାନର ବ୍ଯବସ୍ଥା କରାଯାଉ ନହେଲେ ଆଗାମି ସେପ୍ଟେମ୍ବର ମାସରେ ତହସିଲ୍ କାର୍ଯ୍ୟାଳୟକୁ ହଜାରହଜାର ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନାଙ୍କ ପକ୍ଷରୁ ଘେରାବନ୍ଦି ମାଧ୍ଯମରେ ନିଜ ହକ ହାସଲ କରିବୁ ବୋଲି ସଭାପତି ତ୍ରିଲୋଚନ ଭୁଏ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ