Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା

ବରପାଲି : ବରପାଲି ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରି ମାନଙ୍କୁ ନେଇ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମଟି କ୍ରିଡା ଶିକ୍ଷକ ବନ୍ଦିତା ପ୍ରଧାନଙ୍କ ସଂଯୋଜନାରେ ସଂଚାଳିତ ହୋଇଥିଲା। ଦ୍ଵାଦଶ ଦ୍ଵିତୀୟ ବର୍ଷ ଛାତ୍ରୀଙ୍କ ସହାୟତାରେ ନବାଗତ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ପ୍ରାରମ୍ଭରୁ ଗଣପତୀ ମହାପ୍ରଭୂଙ୍କ ସମ୍ମୁଖରେ ପୂଜାର୍ଚ୍ଚନା କଲାପରେ ନବାଗତ ଛାତ୍ରିଙ୍କୁ ଫୁଲ ଚନ୍ଦନ ଟିପା ଓ ମହାରାଣୀ ତାଜ୍‌ ପ୍ରଦାନ ମାଧ୍ଯମରେ ସ୍ବାଗତ କରାଯାଇଥିଲା। ଆୟୋଜିତ ସଭାରେ ଅଧ୍ୟକ୍ଷ ପ୍ରଦିପ ମେହେରଙ୍କ ସମେତ ଅଧ୍ୟାପକ ସୁରେଶ ବାରିକ, ସୁନିଲ କୁମାର ବେହେରା, ରବିନ୍ଦ୍ର ସାହୁ, ଅଧ୍ୟାପିକା ମିନତି ବାବୁ, ନିବେଦିତା ବେହେରା, ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ନୀରଜ ସାହୁ ପ୍ରମୁଖ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ।ଅତିଥିମାନେ ଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା, ପରିଶ୍ରମି, ଶାନ୍ତ,ଶିଷ୍ଟ, ଭଦ୍ର,ନମ୍ର, ସତ୍ୟବାଦୀତା ତଥା ନ୍ୟାୟ ପରାୟଣ ଆଧାରରେ ନିଜ ଲକ୍ଷ୍ୟ ପଥରେ ଆଗେଇବା ସହିତ ନିଜ ପାଇଁ ଶ୍ରେଷ୍ଠତା ଆଣିପାରିବେ ବୋଲି ଉପଦେଶ ମୂଳକ ବହୁ ଶିକ୍ଷଣିୟ ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନାରେ ବିଦ୍ୟାଳୟ ସହ କର୍ମଚାରୀ ଆନନ୍ଦ ବେହେରା ଏବଂ କାଲୁ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ।