Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବାଡି ପଞ୍ଚାୟତରେ ଚାରାରୋପଣ

ବରପାଲି :ବରପାଲି ବ୍ଲକ ବାଗବାଡି ପଞ୍ଚାୟତ କାର୍ଯ୍ଯାଳୟ ପକ୍ଷରୁ ୭୬ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜାତିୟ ପତାକା ଉତ୍ତୋଳନ ସହ ବିଭିନ୍ନ ଜନ ହିତକର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସୁଷମା ଭୋଇଙ୍କ ଦ୍ବାରା ପତାକା ଉତ୍ତୋଳନ ସହ ସହାୟତା ଭତ୍ତା ବିତରଣ ପର୍ବ ସୂଭାରମ୍ଭ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ଯ ଗୋବିନ୍ଦ ସାହୁ,ସରପଞ୍ଚ ପ୍ରତିନିଧି ମୁକେଶ ଭୋଇ,ପୁର୍ବତନ ସରପଞ୍ଚ ବ୍ରଜ କିଶୋର ମେହେର ତଥା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଲକ୍ଷ୍ମୀନଗର ହାଇସ୍କୁଲ ପରିସରରେ ଚାରା ରୋପଣ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଉତ୍ସବରେ ଭିନ୍ନଭିନ୍ନ ଶ୍ରେଣିର ମୂଲ୍ଯବାନ ଔଷଧିୟ ଗଛ ମାନ ରୋପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ