Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷକ ବଜାର ପରିଦର୍ଶନ କଲେ ମନ୍ତ୍ରୀ

ସେମିଳିଗୁଡା କୃଷକ ବଜାର ପରିଦର୍ଶନ କଲେ କୃଷି ମନ୍ତ୍ରୀ
ସେମିଳିଗୁଡା – କୋରାପୁଟ ଜିଲ୍ଲା ସେମିଳିଗୁଡା ସହରାଞ୍ଚଳରେ ଥିବା କୃଷକ ବଜାରକୁ ବୁଧବାର କୃଷି ମନ୍ତ୍ରୀ ଜ୍ଞାନେନ୍ଦ୍ର ପ୍ରତାପ ସ୍ବାଇଁ ପରିଦର୍ଶନ କରିଛନ୍ତି. ଦୀର୍ଘ ଦିନ ହେଲା ଏହା ଅବ୍ଯବସ୍ଥାରେ ପଡିରହିଥିବା ନେଇ ସେ ଏହାର ତଦାରକ କରିଥିଲେ. ଏହି ବଜାର ପରିଦର୍ଶନ କରିବା ସହ ସେ ଏହାର ତରନ୍ତ ସମାଧାନ କରିବା ପାଇଁ ଉପଜିଲ୍ଲାପାଳଙ୍କୁ କହିଥିଲେ. ତାଙ୍କ ସହିତ ପୂର୍ବତନ ପୌରପାଳିକା ଚେରମେନଙ୍କ ସ୍ୱାମୀ ଭରତ ମଲ୍ଲିକ, ବିଜୟ ପଣ୍ଡା, ଶାମ ହନ୍ତାଳ, ପ୍ରକାଶ ବେନିଆ,ରିତୁ କଣ୍ଟାଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ. କିନ୍ତୁ ଓଡିଶାର କୃଷି ମନ୍ତ୍ରୀ ସୁନାବେଡା ପୌରପାଳିକା ସେମିଲିଗୁଡା ସହରରେ ଅବ୍ୟବସ୍ଥାରେ ପଡିରହିଥିବା କୃଷକ ବଜାର ପରିଦର୍ଶନ ବେଳେ ଚେରମେନ ଡକ୍ଟର ରାଜେନ୍ଦ୍ର ପାତ୍ରଙ୍କ ଉପସ୍ଥିତ ନଥିବାଯୋଗୁ ଚର୍ଚ୍ଚରା ବିଷୟ ହୋଇଛି
କୃଷକ ବଜାରଟି କୋରାପୁଟ ଆରଏମସି ଅଧିନରେ ରହିଥିବା ବେଳେ. ଦିର୍ଘ ଦିନ ହେଲା ନୁତନ ରୁପେ ନିର୍ମାଣ ଶେଷ ହେବା ପରେ ମଧ୍ଯ ପରିତକ୍ତ ଅବସ୍ଥାରେ ପଡି ରହିଥିବା ଯୋଗୁଁ ଏହାକୁ ସାଧାରଣ ଜନସାଧାରଣଙ୍କୁ ପ୍ରଦାନ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ. ଅନେକ ଗରୀବ ଲୋକ ରାସ୍ତା କଡରେ ପନିପରିବା ଆଦି ବିକ୍ରି କରୁଥିବା ବେଳେ ଏହି ଗୃହ ଗୁଡିକ ସେମାନେଙ୍କୁ ପ୍ରଦାନ କରିବା ପାଇଁ ଲୋକେ ମନ୍ତ୍ରୀଙ୍କୁ କହିଥିଲେ
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ .