Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ଶାସ୍ତ୍ରୀ କହିଲେ ସେହି ଖେଳାଳିଙ୍କ ନାମ, ଯିଏ ଶ୍ରେୟସ ଓ ସୂର‌୍ୟ୍ୟଙ୍କଠୁ ନମ୍ବର ୪ ପାଇଁ ବଡ଼ ଦାବିଦାର

ନୂଆଦିଲ୍ଲୀ: ବିଶ୍ଵକପକୁ ଆଉ କେଇଟା ଦିନ ବାକି ରହିଛି। ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଅନେକ କ୍ରିକେଟ୍ ସମୀକ୍ଷକ ଓ ପୂର୍ବତନ ଖେଳାଳିମାନେ ନିଜ ନିଜର ମତ ରଖୁଛନ୍ତି। ତେବେ ଭାରତ ପାଇଁ ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ନମ୍ବର ୪ ବ୍ୟାଟିଂ ସମସ୍ୟା। ଏହି ସବୁ ମଧ୍ୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ବାମହାତୀ ବ୍ୟାଟର ତିଳକ ବର୍ମା। ୧୫ ଦିନ ତଳେ କେହି ମଧ୍ୟ ତିଳକ ବର୍ମାଙ୍କୁ ବିଶ୍ଵକପ୍ ୨୦୨୩ ପାଇଁ ଦାବିଦାର ମାନୁ ନ ଥିଲେ। କିନ୍ତୁ ଏବେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ତିଳକ ବର୍ମାଙ୍କୁ ସମର୍ଥନ କରିଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସେ କହିଛନ୍ତି ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କଠୁ ତିଳକ ବର୍ମାଙ୍କୁ ଆଗରେ ରଖିବା ଉଚିତ୍। ଅନେକ ରିପୋର୍ଟ ଅନୁଯାୟୀ, ତାଙ୍କୁ ଦଳର ନମ୍ବର ୪ ଖେଳାଳି ଭାବେ ଦେଖା ଯାଉଛି। ଏହା ତେବେ ସମ୍ଭବ ଯେବେ ଶ୍ରେୟସ ଆୟର ସମୟ ପୂର୍ବରୁ ଫିଟ୍ ନ ହୁଅନ୍ତି। ଆୟରଙ୍କ ଫିଟନେସ ଚିନ୍ତାର ବିଷୟ ଥିବା ବେଳେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ଭଲ ନୁହେଁ। ତେଣୁ ରବି ଶାସ୍ତ୍ରୀଙ୍କ ମତରେ ନମ୍ବର ୪ ପାଇଁ ତିଳକ ବର୍ମାଙ୍କୁ ସୁଯୋଗ ଦେବାର ସମୟ ଆସି ଯାଇଛି।

ଶାସ୍ତ୍ରୀ କହିଛନ୍ତି, ତିଳକ ବର୍ମାଙ୍କ ପ୍ରଦର୍ଶନରେ ସେ ବହୁତ ପ୍ରଭାବିତ। ଦଳରେ ଜଣେ ବାମହାତୀ ଖେଳାଳିଙ୍କ ଆବଶ୍ୟକତା ରହିଛି। ଭାରତୀୟ ଦଳର ନଜର ଏବେ ଏସିଆ କପ୍ ଉପରେ ରହିଛି। କିନ୍ତୁ ଲକ୍ଷ୍ୟ ଆମର ବିଶ୍ଵକପ୍ ଉପରେ। ତେଣୁ ତିଳକ ବର୍ମାଙ୍କ ଉପରେ ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା ବିଚାର କରିବା ଉଚିତ୍ ବୋଲି ଶାସ୍ତ୍ରୀ କହିଛନ୍ତି।