କୃଷି ମନ୍ତ୍ରୀ ଙ୍କ ଲକ୍ଷ୍ମୀପୂର ଗସ୍ତ,,ମିଶନ ମୁଡ଼ ରେ କୃଷି…ବିଡ଼ିଓ ଙ୍କ କାର୍ଯ୍ୟ ରେ ଖୁସି, ଅନ୍ୟାନ୍ୟ ବିଭାଗ କର୍ମଚାରୀ ଙ୍କ ଉପରେ ବର୍ଷିଲେ…ମନ୍ତ୍ରୀ


ଲକ୍ଷ୍ମୀପୂର କାକିରିଗୁମା 16.08 … ଦୁଇଦିନିଆ କୋରାପୁଟ ଗସ୍ତ ରେ ଆସିଥିବା କୃଷିମନ୍ତ୍ରୀ ସ୍ୱାଧୀନତା ଦିବସ ଅବସର ରେ କୋରାପୁଟ  ରେ ପତାକା ଉତୋଳନ କରିବା ପରେ ଲକ୍ଷ୍ମୀପୂର ବ୍ଲକ ଗସ୍ତ କରିଥିଲେ,,ଲକ୍ଷ୍ମୀପୂର ବ୍ଲକ ର କିନ୍ଦ୍ରି ଗୁଡା ଗାଁ ରେ ପହଂଚିବା ପରେ ପାରମ୍ପରିକ ରୀତି ରେ ମହିଳା ମାନଙ୍କ ଦ୍ୱାରା ସ୍ୱାଗତ କରାଯିବା ପରେ  ଗାଁ ନିକଟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା  କଫି ଚାରା କେନ୍ଦ୍ର ରେ ପହଞ୍ଚି ଥିଲେ,,, ସେଠାରେ ପ୍ରାୟ ପନ୍ଦର ମିନଟ ମହିଳା ମାନଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାର ଙ୍କ ଦ୍ୱାରା ଦିଆଯାଉଥିବା କୃଷି ସବସିଡି ଲୋନ ପାଉଛନ୍ତି କି ନାହିଁ, ସରକାରୀ କର୍ମଚାରୀ ସାହାଯ୍ୟ କରୁଛନ୍ତି ନା ନାହିଁ ସେ ବିଷୟ ରେ ପଚାରି ବୁଝିଥିଲେ, ପରେ ଗାଁ ପାହାଡ ନିକଟରେ ଥିବା କଫି ବାଡ଼ ରେ ପହଞ୍ଚି କଫି ପ୍ଲାଣ୍ଟେସନ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ, ସେଠାରେ ଚାଷୀ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ,, ଚାଷୀଙ୍କ ଠାରୁ ଅବଗତ ହେବା ପରେ କଫି ଦାୟିତ୍ୱରେ ଥିବା ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପଚାରି ବୁଝିବା ପରେ ସନ୍ତୁଷ୍ଟ ଉତ୍ତର ନପାଇ କର୍ମଚାରୀ ଙ୍କ ଉପରେ ବିଗିଡ଼ିବା ସହ ଚାଷୀ ମାନଙ୍କ ସକାଶେ ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ,, କଫି ବଗିଚାରେ ଚାଷୀଙ୍କ ସୁବିଧା ସକାଶେ ରାସ୍ତା ଓ ଜଳ ସେଚନ ର ବ୍ୟବସ୍ତା ସକାଶେ ଡିଏମଏଫ ଫଣ୍ଡସ ରେ କାର୍ଯ୍ୟ ହାତକୁ ନିଆଯାଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରକାଶ କରିବା ପରେ ତାଙ୍କ ଉପରେ ଖୁସି ବ୍ୟକ୍ତ ହୋଇଥିଲେ,, କିନ୍ଦରିଗୁଡା ଗାଁ ରୁ ମନ୍ତ୍ରୀ ସିଧା କାକିରିଗୁମା ର ଚାଷୀ ସରସ୍ବତୀ ଦେବି ଙ୍କ ଫାର୍ମ ହାଉସ ରେ ପହଞ୍ଚି ସେଠାରେ ବତକ, ମାଛ ଚାଷ ସହ ଫାର୍ମ ହାଉସ ରେ କରାଯାଇଥିବା ବିଭିନ୍ନ ଚାଷ ବୁଲି ଦେଖିଥିଲେ,, ଫାର୍ମ ହାଉସ ପରିସର ରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ, ଆଲୋଚନା ସମୟରେ କୃଷିବିଭାଗ, ଜଳ ସେଚନ ବିଭାଗ, ପ୍ରାଣିଚିକିତ୍ସା ବିଭାଗ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ,, ବିଭାଗୀୟ ଅଧିକାରୀ ମାନେ ମନ୍ତ୍ରୀ ଙ୍କୁ ଠିକ ଭାବେ ଉତ୍ତର ଦେଇ ପାରିନଥିବା ରୁ ବିରକ୍ତି ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକ ଠୋକ  କହିଥିଲେ,, କିଛି କର୍ମଚାରୀ କୃଷକ ଓ ହିତାଧିକାରୀ ମାନଙ୍କ ନାମ ମଧ୍ୟ କହି ପାରିନଥିଲେ,, ସରକାରୀ ଚାକିରି ଠିକ ଭାବେ ତୁଲାଇ ନପାରିଲେ ଚାକିରି ଛାଡି ଦିଅନ୍ତୁ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ,, ରାଜ୍ୟ ସରକାର ଚାଷ ଓ ଚାଷୀ ଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଚାଷୀ ଙ୍କୁ ଅଣ ଦେଖା କାହିଁକି କରାଯାଉଛି ବୋଲି ପ୍ରକାଶ କରିଥିଲେ,, ମନ୍ତ୍ରୀ ପାଞ୍ଚ ଜଣ ଚାଷୀ ଙ୍କ ନାମ ନିଜେ ଲେଖିକି ନେବା ସହ ତୁରନ୍ତ ସେମାନ ଙ୍କ ସମସ୍ତ ସୁବିଧା କରାଇବା ସକାଶେ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ,, ତୁରନ୍ତ ସେମାନଙ୍କ କାର୍ଯ୍ୟ କରାନଗଲେ ବିଡ଼ିଓ ଙ୍କ ଜରିଆରେ ମନ୍ତ୍ରୀ ଙ୍କୁ ଜଣାଇବା ସକାଶେ ସେ ପ୍ରକାଶ କରିଥିଲେ,,, ସରସ୍ବତୀ ଙ୍କ ଫାର୍ମ ହାଉସ ଯିବା ରାସ୍ତା ରେ ବ୍ଲକ ତରଫରୁ ପନ୍ଦର ଲକ୍ଷ୍ୟ ଟଙ୍କାରେ ଫେଭୋର ବ୍ରିକ ଜରିଆ ରେ ରାସ୍ତା ଓ ଅନେକ କିଛି କାର୍ଯ୍ୟ ବ୍ଲକ ତରଫରୁ କରାଯାଉଥିବା ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିବା ପରେ ବିଡ଼ିଓ ଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ,,, ବ୍ଲକ ରେ ଜଣେ ଯୁବ ବିଡ଼ିଓ ରହିଛନ୍ତି ବିକାଶ କାର୍ଯ୍ୟ କୁ ସେ ପ୍ରାଧାନ୍ୟ ଦେଉଛନ୍ତି, ତେଣୁ ସବୁ ସମୟରେ ଅସୁବିଧା ହେଲେ ବିଡ଼ିଓ ଙ୍କ ସହ ଯୋଗାଯୋଗ କରିବାକୁ ଚାଷୀ ଓ ସାଧାରଣ ଲୋକଙ୍କୁ ମନ୍ତ୍ରୀ କହିଥିଲେ,,, ମାଣ୍ଡିଆ, କଫି, ପଣସ,ଆଳୁ ଓ ମସଲା ଭଳି 5ଟି ମିଶନ କୁ ହାତକୁ ନିଆଯାଇ ମୁଖ୍ୟ ମନ୍ତ୍ରୀ 20ହଜାର କୋଟି ରୁ ବଢ଼ାଇ 24ହଜାର କୋଟି ଟଙ୍କା ର ବଜେଟ କରାଯାଇଛି, କୃଷି କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମହିଳା ମାନେ ମଧ୍ୟ ଆଗେଇ ଆସୁଥିବା ସେ କହିଛନ୍ତି…..ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଙ୍କ ଜଣେ ମନ୍ତ୍ରୀ ଲକ୍ଷ୍ମୀପୂର ବ୍ଲକ ର ଗାଁ ରେ ପହଞ୍ଚି ଚାଷୀ ଓ ସାଧାରଣ ଲୋକ ଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ଘଟଣା ଦେଖିବା ପରେ ମନ୍ତ୍ରୀ ଙ୍କ କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଥିଲା,, ମନ୍ତ୍ରୀ ଙ୍କ ଗସ୍ତ  ସମୟରେ  ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, ରାଜ୍ୟ ବିଜେଡ଼ି ସମ୍ପାଦକ କୈଳାଶ ଚନ୍ଦ୍ର କୁଲେସିକା, ଉପଜିଲ୍ଲାପାଳ ବେଣୁ ଧର ଶବର  ଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ..