Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ପାଳିତ ହେଲା 77 ତମ ସ୍ବାଧୀନତା ଦିବସ

ବେଲଗୁଣ୍ଠା,16/08, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନରେ 77 ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ଠାରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ରୋଶନ୍ ଶତପଥୀ ଉପସ୍ଥିତ ଥିଲେ I ସେହିପରି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହାଇସ୍କୁଲ୍ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମରେ ନଗରପାଳ ଫିରୋଜ ସେଠୀ ପତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ I ଏନ୍ଏସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପତ୍ର ଏବଂ ସମସ୍ତ ତେରଟି ୱାର୍ଡ୍ ରେ କାଉନସିଲର୍ ମାନେ ପତକା ଉତ୍ତୋଳନ କରିଥିଲେ । ସେହିପରି ବେଲଗୁଣ୍ଠା ପ୍ରେସକ୍ଲବ ଠାରେ ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ପୂର୍ବତନ ଉପନଗରପାଳ ପ୍ରଶାନ୍ତ ସାହୁ, ବଣିକ ସଂଘ ସହସମ୍ପାଦକ ପ୍ରଭାତ ସାହୁ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ଵିନୀ କୁମାର ମହାନ୍ତି,ହାଇକୋର୍ଟ ଯୁବ ଆଇନଜୀବୀ ତଥା ରାଜ୍ୟ ବିଜେଡ଼ି ପ୍ରବକ୍ତା ଓମ୍ ପ୍ରକାଶ ସାହୁ, କନିଷ୍ଠ ଯନ୍ତ୍ରୀ ବିଶ୍ଵମୋହନ ଜେନା,ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ Iମା ବୁଢ଼ାକେନ୍ଦୁ ଯୁବକ ସଙ୍ଘ ରେ ସଂଘର ଉପଦେଷ୍ଟା ପ୍ରଦ୍ୟୁମ୍ନ ପାତ୍ର , ବେଲଗୁଣ୍ଠା ଥାନାରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ବାଳିକା ଉଚ୍ଚ ବିଦ୍ୟାଳୟରେ ଉପାଧ୍ୟକ୍ଷା ଟି.ବବିତା କୁମାରୀ,ତନରଡା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର, କୃଷି ବିଭାଗରେ ଶୈଳସୁତା ସାହୁ, ନେଟଙ୍ଗା ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସୁପ୍ରଭା ଗୌଡ଼, ଗୋବରା ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ,ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ସରୋଜ ପ୍ରଧାନ, ଗାଙ୍ଗପୁର ଥାନାରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ,ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ,ଧାନପୁଞ୍ଜା ବିଦ୍ୟାଳୟରେ ବାଲକୃଷ୍ଣ ସାବତ,ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ, ବେଣୀପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଦୁର୍ଗାମାଧବ ନାୟକ, ବିଶ୍ୱଭାରତୀରେ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ,ବଡ଼ ବୋର୍ସିଂଗ୍ ପଂଚାୟତରେ ସରପଞ୍ଚ ରାମେଶ୍ୱର ପାତ୍ର, କ୍ଷତ୍ରିୟବରପୁର ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମଣ ପଣ୍ଡା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ I ସେହିପରି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏନ୍ଏସି ତରଫରୁ ଘରେ ଘରେ ତ୍ରିରଙ୍ଗା ବଣ୍ଟନ କରାଯାଇଥିଲା I ସେହିପରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଶତାଧିକ ଯୁବକ ବେଲଗୁଣ୍ଠା ଏନ୍ଏସି ଏବଂ ବ୍ଳକ୍ ରେ ମୋଟରସାଇକେଲ୍ ଶୋଭାଯାତ୍ରା କରି ଜନ ସାଧାରଣଙ୍କୁ ସଚେତନ କରାଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ