Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

…ବ୍ରେକ ଫେଲ ହୋଇ ପଛକୁ ଗଡିଗଲା,, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା…

ଲକ୍ଷ୍ମୀପୁର.୧୬।୦୮ ଲକ୍ଷ୍ମୀପୁର ପୁରୁଣା କୋର୍ଟ ଘାଟି ନିକଟ ଜାତୀୟ ରାଜପଥ କଡ଼ରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ବ୍ରେକ ଫେଲ ହୋଇ ଏକ ପାଉଁଶ ବୋଝେଇ ହାଇଓ୍ଵା ଦୁର୍ଘଟଣା ର ସମ୍ମୁଖୀନ ହୋଇଛି,,।ଗାଡି ଭିତରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଜାଇଛନ୍ତି ।ସୂଚନା ଅନୁଯାୟୀ ଏମଏଚ-୦୪-ଜିଆର-୯୨୧୫ ନମ୍ବର ଥିବା ଏକ ହାଇଓ୍ଵା ଗାଡି ରାୟଗଡ଼ା ଜିଲ୍ଲା ଟିକିରି ସ୍ଥିତ ଆଲୁମିନା କମ୍ପାନିରୁ ଆସ (ପାଉଁଶ)ଆବଶ୍ୟକତା ଠାରୁ ଅଧିକ ଓଭର ଲୋଡ କରି  ଆସୁଥିବା ବେଳେ ଇଣ୍ଡିଆନ ପେଟ୍ରୋଲ ପମ୍ପ ରେ ତେଲ ପକାଇଥିଲା,, ତେଲ ପକାଇ ଯାଉଥିବା ବେଳେ ଟାଙ୍କି ରୁ ପଚାଶ ମିଟର ଭିତରେ କୋର୍ଟ ଘାଟି ଚଢୁ ଥିବା ବେଳେ ବ୍ରେକ ଫେଲ୍ ହୋଇ ପଛକୁ ଖସି ପଡିଥିଲା।ଭାଗ୍ୟ ବଶତଃ ସେଠାରେ ଥିବା ପେଟ୍ରୋଲ ପମ୍ପ ବାଉଣ୍ଡରୀ ଭିତରେ ଥିବାଏକ ଇଲେକ୍ଟ୍ରୀ ଟ୍ରାନ୍ସଫର୍ମର କୁ ଧକା ନଦେଇ ପେଟ୍ରୋଲ ପମ୍ପ ର କଲଭର୍ଟ କୁ ଧକା ଦେଇ ହାଇବା ଦବି କି ରହିଯାଇଥିଲା ।ସେହି ସମୟରେ ଜାତୀୟ ରାଜପଥରେ କୌଣସି ଯାନବାହାନ ଚଳାଚଳ କରୁ ନଥିବା ବେଳେ କୌଣସି ଗାଡ଼ି ତେଲ ପକାଇବାକୁ ମଧ୍ୟ ପେଟ୍ରୋଲ ପମ୍ପକୁ ଆସିନଥିଲେ ନଚେତ୍ ଏକ ବଡ ଧରଣର ଦୁର୍ଘଟଣାକୁ କେହିବି ରୋକି ପାରି ନଥାନ୍ତେ।ପେଟ୍ରୋଲ ପମ୍ପ ମାଲିକ ର କିଛି କ୍ଷତି ହୋଇଥିବା ବେଳେ ଗାଡିଟି ମଧ୍ୟ ଆଂଶିକ ଭାବେ କ୍ଷତି ହୋଇଛି,, ଏନେଇ କୌଣସି ମାମଲା ଥାନା ରେ ରୁଜୁ ହୋଇନଥିବା ବେଳେ ଗାଡି ମାଲିକ o ଟାଙ୍କି ମାଲିକ କ୍ଷୟ କ୍ଷତି ବିଷୟ ରେ ଆଲୋଚନା କରିଥିବା ଜଣା ପଡିଛି…ଦୈନିକ ଏଇଭଳି ୨୫ ଟନରୁ ଉର୍ଦ୍ଧ ଆସ (ପାଉଁଶ) ବୋଝେଇ ହୋଇ ୫୦ରୁ ଅଧିକ ହାଇୱା ଏହି ଜାତିୟ ରାଜପଥରେ ନବରଙ୍ଗପୁର,ବୋରିଗୁମ୍ମା ଆଦି ଅଞ୍ଚଳରେ ଚାଲିଥିବା ଭାରତ ମାଳା ରାସ୍ତା ନିର୍ମାଣ ହେଉଥିବା ସ୍ଥାନକୁ ଯାଉଛି।ଯାହାକି ରାସ୍ତା ନିର୍ମାଣ କାରି ସଂସ୍ଥା ଏହି ଭଳି ଆଲୁମିନା କମ୍ପାନୀରୁ ବାହାରୁଥିବା ବର୍ଯ୍ୟ ବସ୍ତୁକୁ ମାଗଣାରେ ନେଇ ରାସ୍ତା କାର୍ଯ୍ୟରେ ବ୍ୟବହୃତ କରି ମାଲାମାଲ୍ ହେଉଥିବା ବେଳେ ଏଠାକାର ଲୋକଙ୍କ ଜୀବନ ଏବେ ଅସୁବିଧାରେ ପଡିଚି।କେବଳ ସେତିକି ନୁହେଁ ବରଂ ଓଭର ଲୋଡ ଯୋଗୁଁ ରାସ୍ତା ମଧ୍ୟ ଖୁବ ଅଳ୍ପ ଦିନରେ ନଷ୍ଟ ହୋଇ ବାଟ ସାରା ଖାଲ ଖମା ହୋଇଗଲାଣି,, ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ