Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ୍ ୨୦୨୩ ଦଳରୁ ବାଦ୍ ପଡ଼ି ପାରନ୍ତି ସଞ୍ଜୁ ସାମସନ, ଏହି ଦିନ ହୋଇପାରେ ଦଳ ଘେଷଣା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା ହୋଇ ନାହିଁ। ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଏସିଆ କପର ପ୍ରଥମ ମୁକାବିଲା ଖେଳାଯିବ। ତେବେ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଦଳରୁ ବାଦ୍ ଦିଆଯାଇପାରେ। ଇଣ୍ଡିଜ ଗସ୍ତରେ ସାମସନଙ୍କୁ ଦିନିକିଆ ଓ ଟି-୨୦ରେ ମୋଟ୍ ୫ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା। ସେଥିରୁ ସେ ମୋତ୍ର ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ପାରିଥିଲେ। ତେଣୁ ଏସିଆ କପରୁ ତାଙ୍କୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ ରହିଛି।

ଜନୈକ ଅଧିକାରୀ କହିଛନ୍ତି, ଏସିଆ କପ୍ ପାଇଁ ଅଗଷ୍ଟ ୨୦ ତାରିଖରେ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ହୋଇପାରେ ସାମସନ ଦିନିକିଆ କ୍ରିକେଟରେ ୧୩ଟି ମ୍ୟାଚରେ ୫୫.୭୧ ହାରରେ ରନ କରିଛନ୍ତି, କିନ୍ତୁ ତାଙ୍କର ସଦ୍ୟତମ ପ୍ରଦର୍ଶନ ଏବଂ କେଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସେ ଦଳରୁ ବାଦ୍ ପଡ଼ି ପାରନ୍ତି। ଓ୍ଵିକେଟ୍ କିପର ଭାବେ କେଏଲ ରାହୁଲଙ୍କ ବ୍ୟାକଅପ୍ ଇଶାନ କିଷନ ହୋଇ ପାରନ୍ତି। ଇଶାନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନୋଟି ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଏସିଆ କପରେ ଭାରତୀୟ ଦଳ ନିଜର ପ୍ରଥମ ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। ଅନ୍ୟପଟେ ବିଶ୍ଵକପ୍ ୨୦୨୩ ପାଇଁ ଖେଳାଳି ଚୟନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୫। ତେଣୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତା କମିଟି ବର୍ତ୍ତମାନ କେବଳ ଏସିଆ କପ୍ ପାଇଁ ଦଳ ଘୋଷଣା କରି ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ