Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଲକ୍ଷ୍ମୀପୁର ଗସ୍ତ…ନକଲି ଶିକ୍ଷକ ଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ମୀପୁର.୧୭।୦୮ .ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର  ଆଜି ଲକ୍ଷ୍ମୀପୁର ଗସ୍ତ କରି ବିଭିନ୍ନ ସ୍କୁଲ ସମେତ ବ୍ଲକ ଶିକ୍ଷାଧିକାରୀ  କାର୍ଯ୍ୟାଳୟ ଗୁଡିକ ପରିଦର୍ଶନ କରି ଫେରି ଯାଇଛନ୍ତି।ନିର୍ଦେଶକ ଙ୍କ ସହ ୩ ଜଣିଆ  ଟିମ୍ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିବା ବେଳେ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ବେହେରା,ଏବିଇଓ ପ୍ରିୟମ୍ବଦା ପାତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।ସ୍ଥାନୀୟ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡ଼ା,ସମ୍ପାଦକ ତ୍ରୀନାଥ ମହାପାତ୍ର,ରମେଶ ଦୋରା,ଇସାକ ୱାଡେକା,ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁଲଦୀପଙ୍କ ସମେତ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।କିଛି ସମୟଧରି ସେଠାରେ ବ୍ଲକ ର ଶିକ୍ଷା ସ୍ଥିତି ସମ୍ପକରେ ଆଲୋଚନା କରିବା ପରେ ଲକ୍ଷ୍ମୀପୂର ର ନୂତନ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ମନ୍ଦିର ରେ ପୂଜାର୍ଚନା କରିବା ପରେ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ଆଲୋଚନା କରି ମନ୍ଦିର କୁ ଦେଖି ଖୁସି ବ୍ୟକ୍ତ ହୋଇଥିଲେ,,,ସେଠାରୁ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ପ୍ରିତୀରଞ୍ଜନ ରଥଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସ୍ତରରେ 450 ରୁ ଉର୍ଦ୍ଧ ନକଲି ଶିକ୍ଷକ ଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଚାକିରି ରେ ବରଖାସ୍ତ କରାଯାଇଛି, ଆଗକୁ ମଧ୍ୟ ସେମିତି କିଛି ସ୍ୱତନ୍ତ୍ର ଅଭିଯୋଗ ଆସିଲେ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ଶିକ୍ଷା ର ମାନବୃଦ୍ଧି ସହ ସ୍କୁଲ ପରିବେଶ ରେ ଭିତିଭୂମି,ଶ୍ରେଣୀଗୃହ ଉନ୍ନତି ଓ ଶିକ୍ଷକ ନିଯୁକ୍ତି ରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା, ଏପରିକି ଶିକ୍ଷକ ମାନଙ୍କ କିଛି ଦାବୀ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଥିବା,,,ଶ୍ରୀମିଶ୍ର  ଗଣମାଧ୍ୟମ କୁ ପ୍ରକାଶ କରିଥିଲେ /ଶ୍ରୀଯୁକ୍ତ ମିଶ୍ର ଗତ ୨୪ ବର୍ଷ ତଳେ ଚାରି ବର୍ଷ ଲକ୍ଷ୍ମୀପୂର ବିଡ଼ିଓ ଭାବେ ରହି ଥିବା ବେଳେ ସେହି ସମୟର କିଛି କର୍ମଚାରୀଙ୍କୁ ଦେଖି ଖୁସି ହେବା ସହ ତାଙ୍କର ଜଣେ ପୁରୁଣା ଗାଡ଼ି ଚାଳକ ଆଶିଷ ମଲିକଙ୍କ ଘରକୁ ଯାଇ ତାଙ୍କର ଅସୁସ୍ଥ ଥିବା ଝିଅର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ।ପରେ ସେଠାରୁ ସିଧା ମୀନାପାଇ ବାଳିକା ବିଦ୍ୟାଳୟ ପରିଦର୍ଶନ ଓ କାକିରିଗୁମା ମାଧ୍ୟମିକ ବିଦ୍ୟାଳୟକୁ ଜାଇଥିଲେ।ସେଠାରେ ମଧ୍ୟ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ସୁନ୍ଦର ପରିସର  ଭିତରେ ବିଦ୍ୟାଳୟ ଗୁଡିକ ସଜାଯାଇଥିବା ଦେଖି ଖୁସି ହୋଇ ଯାଇଥିଲେ।ତାଙ୍କ ସହ ଜିଲ୍ଲା ଶିକ୍ଷାଅଧିକାରୀ ରାମ ଚନ୍ଦ୍ର ନାହାକ,ପେଡାଗୋଜି ଚନ୍ଦ୍ର କଳା ବଗର୍ତ୍ତି ମଧ୍ୟ ଉପସ୍ଥିତ ଥିଲେ।