Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ନାନକ ପବ୍ଲିକ ସ୍କୁଲ ରାସ୍ତା ବେହାଲ

ସମ୍ବଲପୁର:’ପିଲାଏ ପଢିବେ ପିଲାଏ ବଢିବେ’ , ଏତେ ବଡ ସୁନ୍ଦର ସ୍ଲୋଗାନ।କିନ୍ତୁ ପିଲାଙ୍କ ଆଗ୍ରହ ଭାଙ୍ଗୁଛି ରାସ୍ତାର ଦୂରାବସ୍ଥା। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଗୁରୁ ନାନକ ପବ୍ଲିକ ସ୍କୁଲ ରାସ୍ତାରେ। କୋମଳ ମତି ପିଲା ସ୍କୁଲକୁ ଯିବାକୁ ହେଲେ ପ୍ରତିବନ୍ଧକ ସାଜିଛି ଏହି ରାସ୍ତା। ରାସ୍ତା ଚାରିପଟେ ପଡିଛି ।କାଦୁଅ ସନ୍ତ ସନ୍ତ ରାସ୍ତାରେ ଯିବା ବେଳେ ପିଲାଙ୍କ ଉପରେ ପଡୁଛି କାଦୁଅ ଛିଟା ।ରାସ୍ତା ମରାମତି ଓ ନିର୍ମାଣ ନାମରେ ଏ ଯେଉଁ ଅବସ୍ଥା ରହିଛି କେବଳ ପିଲାଏ କଣ ଅଭିଭାବକ ମଧ୍ୟ ଏଥିରେ ଅତିଷ୍ଠ ହୋଇପାଡିଲେଣି।ପିଲାଙ୍କ ଦୁରାବସ୍ଥା ସଙ୍ଗେ ସଙ୍ଗେ ବାରମ୍ବାର ଘଟୁଛି ଛୋଟ ବଡ ଘଟଣା।ମହାନଗର ନିଗମ କର୍ତ୍ତୁପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତାକୁ ସୂଚାଉଛି ଏହି ରାସ୍ତାର ଅବସ୍ଥା।