Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ବ୍ଲକ ଘେରାଉ କାର୍ଯ୍ୟକ୍ରମ

ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତରଭା ବ୍ଲକ କଂଗ୍ରେସ କମିଟି ତରଫରୁ ଶୁକ୍ରବାର ତରଭା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ କଂଗ୍ରେସ ସଭାପତି କାର୍ତ୍ତିକ ନାଗଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଶିବଶଙ୍କରପଡାରୁ ଏକ ଶୋଭା ଯାତ୍ରାରେ ବାହାରି ନୂଆପଡା, ରଥପଡା, ମେହେରପଡା, ସୁନାରିପଡା, ମାରଓ୍ବାଡିପଡା ,ଦୁର୍ଗାମଣ୍ଡପ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିକ୍ଷୋଭ ପ୍ରଦର୍ଶନ ସମୟରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଉଥିବା ଦେଖା ଯାଇଥିଲା।କଂଗ୍ରେସ କର୍ମୀ ମାନେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ କରିବା, ନବୀନ ଓଡ଼ିଶା ଯୋଜନାରେ ସିଧା ସଳଖ ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉ ଓ ଗ୍ରାମ ସଭାର ନିଷ୍ପତ୍ତି ମୁତାବକ ଏହି ଅର୍ଥ ଖର୍ଚ୍ଚ କରାଯାଉ, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସହିତ ସମସ୍ତ ଖାଲି ଥିବା ପଦବୀ ତୁରନ୍ତ ପୁରଣ କରାଯାଉ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧିକୁ ରୋକାଯାଉ, କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରିକୁ ବନ୍ଦ କରାଯାଇ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯାଉ, ଲୋ ଭୋଲ୍ଟେଜ, ପାଓ୍ବାରକଟ ବନ୍ଦ କରାଯିବା ସହିତ ବିଦ୍ଯୁତ ଦର ବୃଦ୍ଧିକୁ ରୋକାଯାଉ, ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରାଯାଉ, ନାରୀ ନିର୍ଯାତନା ବନ୍ଦ କରିବା ସହିତ ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଉ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ପ୍ରିୟାପ୍ରିତି ତୋଷଣ କରା ନଯାଇ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ପ୍ରଭୃତି ୯ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନିଲ କିଲୋଙ୍କୁ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ କ°ଗ୍ରେସ ସଭାପତି କାର୍ତ୍ତିକ ନାଗଙ୍କ ସମେତ ସୋନପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଜିଲ୍ଲା ଲିଗାଲ ସେଲ ପ୍ରଭାରୀ ସୁଧିର କୁମାର ପଣ୍ଡା, ଶିବ କୁମାର ଅଗ୍ରୱାଲ, ପ୍ରବୀଣ ସାହୁ, ଚନ୍ଦ୍ରମଣି ତ୍ରିପାଠୀ,ପରମେଶ୍ବର ନାଗ, ଦଧିବାବନ ଦାସ, ରାଜେନ୍ଦ୍ର ପ୍ରସାଦ ମେହେର, ରଘୁନାଥ ରଣା, ଲିଙ୍ଗରାଜ ହେର୍ଣ୍ଣା, ଗଣେଶ କୁମ୍ଭାର, ବିକାଶ ମହାକୁରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ