Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ନୀତି ବିରୋଧରେ କଂଗ୍ରେସ ର ବ୍ଲକ ଘେରାଉ:ଲକ୍ଷ୍ମୀପୂର

ଦୁର୍ନୀତି ବିରୋଧରେ କଂଗ୍ରେସ ର ବ୍ଲକ ଘେରାଉ:ଲକ୍ଷ୍ମୀପୂର
ଲକ୍ଷ୍ମୀପୁର.୧୮।୦୮… ଲକ୍ଷ୍ମୀପୂର ବ୍ଲକ କଂଗ୍ରେସ ତରଫରୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ କରାଯାଇଥିଲା,,ରାଜ୍ୟରେ ବିଜେଡ଼ି ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଶାସନରେ ବିକାଶ ହୋଇ ପାରିନି।ସାଧାରଣ ଲୋକେ ନାହିଁ ନଥିବା ର ଅସୁବିଧା ର ସମୁଖୁନ ହେଉଛନ୍ତି ।ପଂଚାୟତ ଠାରୁ ବ୍ଲକ୍ କାର୍ଯ୍ୟାଳୟ ଓ ଡିଆରଡିଏ ଅଫିସ୍ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି।ସମସ୍ତ କାର୍ଯ୍ୟାଳୟ ରେ ୧୫ ରୁ ୫୦ ପ୍ରତିଶତ ପିସି କାରବାର ଚାଲିଛି।ପିସି ନଦେଲେ ଫାଇଲ ଘୁଞ୍ଚୁ ନାହିଁ,,ଉଭୟ ସରକାର କୋଟି କୋଟି ଟଙ୍କାର ବିଜ୍ଞାପାନ ଦେଇ ଗାଁ ଗଣ୍ଡା ରେ ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିବା ବେଳେ ଗାଁର ଗରିବ ଗରିବ ସୀମାରେଖା ତଳେ ହିଁ ରହି ଯାଇଛନ୍ତି ।ଚାଷୀ ତା ‘ ଅମଳର ମୂଲ୍ୟ ପାଉନି।ଓଡ଼ିଆ ଯୁବକ ମାନଙ୍କ ହାତକୁ କାମ ନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ମା’ କୁ ସମ୍ମାନ ବୋଲି ରାଜ୍ୟ ସରକାର କହୁଛନ୍ତି ହେଲେ ନାରୀ ନିର୍ଯାତନା ବଢ଼ି ଚାଲିଛି।ଏ ଭଳି ଅଭିଯୋଗ କରି କଂଗ୍ରେସ ଦଳ ଆଗକୁ ଆସିଛି।ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଆଜି ବ୍ଲକ୍ ଘେରାଉ ଭଳି ପଦକ୍ଷେପ କଂଗ୍ରେସ ଦଳ ଗ୍ରହଣ କରିଛି। ଲକ୍ଷ୍ମୀପୂର ବ୍ଲକ୍ କଂଗ୍ରେସ ସଭାପତି କୈଳାସ ଚନ୍ଦ୍ର ଖୋସ୍ଲାଙ୍କ ସଭାପତିତ୍ବରେ କଂଗ୍ରେସ ଦଳର ଶତାଧିକ କର୍ମି ହାତରେ ଦଳୀୟ ପତାକା ଧରି ରାହୁଲ ଗାନ୍ଧୀ ଜିନ୍ଦାବାଦ,ସପ୍ତଗିରି ଉଲାକା ଜିନ୍ଦାବାଦ, ଶରତ ପଟନାୟକ ଜିନ୍ଦାବାଦ,ଭାଲୁ ବାହିନୀପତି ଜିନ୍ଦାବାଦ,ବୁଲୁ ସାହୁ ଜିନ୍ଦାବାଦ,କେନ୍ଦ୍ର ଓ ରାଜ୍ୟ ସରକାର ହାଏ ହାଏ  ନାରା ଦେଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।ସେଠାରେ ପହଞ୍ଚି ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଚାଷୀ ମରଣ ନୀତି,ବେକାରୀ ସମସ୍ୟା,ଟାଟା ପାୱାର କମ୍ପାନୀର ଖାଉଟି ବିରୋଧୀ ନୀତି,ନାରୀ ନିର୍ଯାତନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରି ତାଙ୍କ ବିରୋଧରେ କଟୁ ମନ୍ତବ୍ୟରେ ନାରା ବାଜି କରିଥିଲେ। ବ୍ଲକ ଘେରାଉ ସମୟରେ ଆଶାୟୀ ବିଧାୟକ ପ୍ରାଥୀ ପବିତ୍ର ଶାଉନ୍ତା,ନିର୍ବାଚନ ମଣ୍ଡଳୀ ଯୁବ ସଭାପତି
ମଣ୍ଟି ଖରା,ଯୋନ-୧ ଜିଲ୍ଲା ପରିଷଦ ସଭ୍ୟ ହେଙ୍ଗୁ ସାଉନ୍ତା,ଯୋନ-୨ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା,ଜିତୁ ବିଶୋଇଙ୍କ ସମେତ ଅଧିକାଂଶ ପଞ୍ଚାୟତର ସଭାପତି ଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ,,ଲକ୍ଷ୍ମୀପୁର ବିଡ଼ିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଜାଣି କିଛି ସମୟ ସକାଶେ ଅସନ୍ତୁଷ୍ଟ ପ୍ରକାଶ ପାଇଥିଲା,,,ପରେ ବରିଷ୍ଠ କିରାଣୀ ଲକ୍ଷ୍ମଣ ସୋରେନ ଓ ଜିପିଓ ସୁଧୀର ବେହେରାଙ୍କୁ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଥିବା ଏକ ନଅ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରା ଯାଇଥିଲା,,