Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଣ୍ଟି ରାଗିଂ ସପ୍ତାହ ଉଦଯାପିତ ।

ଗୋପାଳପୁର ୧୮/୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ସପ୍ତାହ ବ୍ୟାପି ଚାଲିଥିବା ଅlଣ୍ଟି ରାଗିଂ ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ରାଗିଂ ଠାରୁ ଦୂରେଇ ରହି ପାଠପଢ଼ା, ସମାୟୁନୁବର୍ତ୍ତିତା, ଭାଇଚାରା, ଭଲ ମଣିଷ, ଶୃଙ୍ଖଳିତ ହୋଇ ବିଶ୍ଵବିଦ୍ୟାଳୟର ଟେକ ରଖିବା ସହ ନବାଗତ ଛାତ୍ରଛାତ୍ରୀଙ୍କୁ ପୁଷ୍ପ ସହ ଗଛଟିଏ ଦେଇ ସ୍ୱାଗତ ଜଣାଇବାକୁ ପରାମର୍ଶ ଦେଇଥିଲେ ଏବଂ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ରାଗିଂ ସମସ୍ତଙ୍କ ପାଇଁ କ୍ଷତିକାରକ ଏଥିରୁ ଛାତ୍ର ଛାତ୍ରୀ ମାନେ ଦୁରେଇ ରହି ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇ ଥିଲେ l ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆଜି ବହୁ ଛାତ୍ର ଛାତ୍ରୀ ଶୋଭଯାତ୍ରାରେ ବାହାରି କ୍ୟାମ୍ପସ ପରିକ୍ରମା କରିଥିଲେ l ପୂର୍ବରୁ ଆୟୋଜିତ ପେଣ୍ଟିଂ, ଲୋଗୋ,ସ୍ଲୋଗାନ,ପ୍ରବନ୍ଧ ଆଦି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରାଗିଂ କମିଟିର ଡ଼. ଚିନୁ ବୋହିଦାର, ଡ଼. ନେହା ପାଣ୍ଡେ, ଡ଼. ଅନିତା ପାଣ୍ଡେ, ଡ଼. ଶଙ୍କର୍ଷଣ ମଲ୍ଲିକ, ଚିତ୍ତ ରଞ୍ଜନ ଗୋଗେଇ ପରିଚାଳନାରେ ସହଯୋଗ କରିଥିଲେ l ଏଥିରେ ବହୁ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ , ପ୍ରଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories