Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ନୂତନ ଏସଡିପିଓ ଙ୍କ ଯୋଗଦାନ,,ଆଇନ ଶୃଙ୍ଖଳା କୁ ଗୁରୁତ୍ୱ ପାଇଁ ଆହ୍ୱାନ…

ଲକ୍ଷ୍ମୀପୁର .୧୮।୦୮ କୋରାପୁଟ ଜିଲ୍ଲା ଲକ୍ଷ୍ମିପୁର ର ନୂତନ ଏସଡ଼ିପିଓ ଭାବେ ୨୦୧୮ ଓପିଏସ ବ୍ୟାଚର ବିରଞ୍ଚି ନାରାୟଣ ଜଗତ ଶୁକ୍ରବାର ଦିନ ଯୋଗ ଦେଇଛନ୍ତି।ଏଥି ପୂର୍ବରୁ ସେ କେନ୍ଦ୍ରାପଡ଼ାର ଡିଏସପି ଭାବେ ରହିଥିଲେ।ଲକ୍ଷ୍ମୀପୁର ଏସଡ଼ିପିଓ ଅଶ୍ଵିନୀ କୁମାର ନାୟକଙ୍କୁ ଦୀର୍ଘ ଚାରି ବର୍ଷ ପରେ ଆର ଉଦୟଗିରି କୁ ବଦଳି ହେବା ପରେ ବିଏନ ଜଗତ ଦାୟିତ୍ବ ନେଇଛନ୍ତି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବନ୍ଧୁଗାଁ, ନାରାଣପାଟଣା, ଲକ୍ଷ୍ମୀପୁର ଓ କାକିରିଗୁମା ଥାନା ଅଧୀନରେ ତାଙ୍କର ଦାୟିତ୍ବ ରହିଥିବା ବେଳେ ସେ ଜଣେ ଯୁବ ଓପିଏସ୍ ଭାବରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଭାବେ ପରିଚାଳନା କରିବେ ବୋଲି କହିଛନ୍ତି।ଏଥି ପୂର୍ବରୁ ସେ ଓୟୁଏଟିରେ ଉତିର୍ଣ୍ ହୋଇ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ ,ଫରେଷ୍ଟ ରେଞ୍ଜର ଓ ଓଡିଶା ସିଭିଲ ସର୍ଭିସର ସବଟ୍ରେଜେରି ଅଫିସର ଭାବେ ଚାକିରି କରିଥିଲେ।୨୦୨୦ ରେ ଓପିଏସରେ ଉତୀର୍ଣ୍ଣ ହେବା ପରେ ପୋଲିସ ବିଭାଗରେ ପୁଣି ଭର୍ତ୍ତି ହୋଇଥିଲେ।କୋରାପୁଟ ଜିଲ୍ଲାର ଉପାନ୍ତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଖଣି ପ୍ରଭାବିତ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ତାଙ୍କ ପାଇଁ ଅଧିକ ଗୁରୁତ୍ଵ ବହନ Idbi,,,ଛାତ୍ର ଛାତ୍ରୀ ମାନଙ୍କ ର କେରିୟର କାଉନସେଲିଙ୍ଗ କରିବା ସହ ପାଠ ପଢାଇବା ପ୍ରତି ଅନ୍ୟ ଏକ ରୁଚି ରହିଥିବା ଏହି ହୁବା ଅଫିସର ପ୍ରକାଶ କରିଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ