Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଲଳିୁଡା ଥାନାରେ ନୂତନ ଥାନା ଅଧିକାରୀ ଯୋଗଦାନ

ସେମିଳିଗୁଡା : କୋରାପୁଟ ଜିଲ୍ଲାର ସେମିଳିଗୁଡା ଥାନା ନୂତନ ଆଇ ଆଇ ସି ଭାବେ ଶ୍ରୀ ସଚିନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲା ମଦନ ରାମପୁର ଥାନା ଅଧିକାରୀ ଥିଲେ। ଗୁରୁବାର ଅପରାହ୍ନ ରେ ସେ କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ବିଧିବଦ୍ଧ ଭାବେ ସେମିଳିଗୁଡା ଥାନା ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଥାନା ଅଧିକାରୀ ପି ଲେ ମହା ପାତ୍ର ଙ୍କୁ କଳାହାଣ୍ଡି ଜିଲ୍ଲା କୁ ବଦିଲି ହେଇଥିବା ସୂଚନା ମିଳିଛି।ସେମିଳିଗୁଡା ଥାନା କର୍ମଚାରୀ ଙ୍କ ପକ୍ଷରୁ ନୂତନ ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଥିବା ବେଳେ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ସହ ଅପରାଧ ଓ ନିଶା କାରବାର ନିୟନ୍ତ୍ରଣ ତାଙ୍କର ପ୍ରାଥମିକତା ରହିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।ଶୁକ୍ରବାର ସ୍ଥାନୀୟ ଶିବା ଶକ୍ତି ବାଣିଜ୍ୟ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର କୁମାର ପାତ୍ର ନେତୃତ୍ଵ ରେ କାର୍ଯକାରୀ ସଭାପତି ଏମ ବି କେ ରମେଶ,ଗୋବର୍ବର୍ଧନ ଜେନା,ଶଙ୍କର ପାତ୍ର ଓ ଅନ୍ୟ ସବ୍ୟ ଯୋଗ ଦେଇ ଥିଲେ।ସେହି ପରି ରାଜ ପୁଟ ସରପଞ୍ଚ ପିତାମ୍ବର ଓ ସହର ରେ ବୁଦ୍ଧି ଯିବି ମଧ୍ୟ ଥାନା ଅଧିକାରୀ ପ୍ରଧାନ ଙ୍କୁ ସ୍ଵାଗତ କରିଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ