Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାକଟପୁର ରେ5ଟି ସଚିବ,ମା ମଙ୍ଗଳା ମନ୍ଦିର ପାଇଁ ସ୍ଵତନ୍ତ୍ର ଅନୁଦାନ ରାଶି ।

ଅସ୍ତରଙ୍ଗ : ବହୁ ପ୍ରତୀକ୍ଷାର ଅନ୍ତ୍ ଘଟାଇ କାକଟପୁର ମାଟିରେ ଶନିବାର ଦିନ ପାଦ ପକାଇଛନ୍ତି 5ଟି ସଚିବ ଭି କେ,ପାଣ୍ଡିଆନ ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ କାକଟପୁର ବ୍ଲକ ପଡ଼ିଆରେ ହୋଇଥିବା 5ଟି ସଚିବ ଙ୍କ ଦ୍ଵାରା ଜନଶୁଣାଣି ରେ ,୩୦ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। କିନ୍ତୁ,ରାଜ୍ୟରେ ଏପରି ସମାବେଶ କେଉଁ ଠାରେ ହୋଇ ନାହିଁ ଓ ଏହା ପ୍ରଥମ ବୋଲି ଶ୍ରୀ ପଣ୍ଡିଆନ ପ୍ରକାଶ କରିଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ବ୍ୟବସ୍ଥା ମାନ୍ୟବର ମୁଖ୍ୟ ମନ୍ତ୍ରୀ କରି ଛନ୍ତି ବୋଲି ଜନ ସମାବେଶରେ ପ୍ରକାଶ କରିବା ସହ,ପାନୀୟ ଜଳ ପ୍ରକ୍ଳପ ପାଇଁ ୨୩୫କୋଟି,ଖର୍ଚ୍ଚ ହେବ ଓ ଏଥିରେ୧୪୩ଗୋଟି ଗ୍ରାମ ସାମିଲ ହୋଇ ବିଶୁଧ ପାନୀୟ ଜଳ ପାଇ ପାରିବେ । ସେହିପରି ଅସ୍ତରଙ୍ଗ ମେଡିକାଲ ପାଇଁ୧୦କୋଟି,ମଙ୍ଗଳା ମନ୍ଦିର ରୂପାନ୍ତରିତ ପାଇଁ ୧୦କୋଟି,ଦେବୀ ସେତୁ,ପ୍ରାଚୀ ସେତୁ,କାଦୁଆ ସେତୁ ନିର୍ମାଣ,ଭୂମି ହିନଙ୍କ ପାଇଁ ଜମି ପଟ୍ଟା,କୋଣାର୍କ ଠାରୁ ଅସ୍ତରଙ୍ଗ ରାସ୍ତା ସମ୍ପ୍ରସାରଣ ପାଇଁ ୧୫କୋଟି,କୋଣାର୍କ ଚନ୍ଦ୍ରଭାଗା ସୌନ୍ଦର୍ୟ୍ଯ କାରଣ ପାଇଁ ୨୦୦ କୋଟି,ପାନ ଚାଷ ପାଇଁ ଶ୍ୱତନ୍ତ୍ର ପ୍ୟାକେଜ ସହ, ମଠ,ମନ୍ଦିର, ମହଜିତ୍,ଚର୍ଚ୍ଚ ଆଦିର ଆର୍ଥିକ ବିକାଶ ପାଇଁ ସହାୟତା ଘୋଷଣା କରି , ସାତ ଦିନ ଭିତରେ କାର୍ଯ୍ୟ କରିବା ଓ ସର କାରଙ୍କର ଅଦରକାରୀ ରହିଥିବା ଘରକୁ ,ମହିଳା ମିଶନ କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ 5ଟି ସଚିବ ଙ୍କ ମାଧ୍ୟମ ରେ ଅନେକ ଯୋଜନା ଦେଖିବାକୁ ମିଳୁଥିବା ସ୍ଥଳେ,ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତାକୁ ସର୍ବ ସାଧାରଣ ରେ ପ୍ରଚାର କରା ଯାଇଥିବାର ଦେଖା ଯାଇ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ