Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟବିନା ପରିକ୍ଷାରେ ବିଦ୍ୟାର୍ଥୀ ଙ୍କୁ ମାର୍କ ଦିଆଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୧୯/୦୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ଦେଇନଥିବା କିଛି ବିଦ୍ୟାର୍ଥୀ ଙ୍କୁ ମାର୍କ ଦିଆଯାଇଥିବା ନେଇ ଆଜି କେତେକ ପୁରାତନ ବିଦ୍ୟାର୍ଥୀ ଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଏକ ଦାବି ପତ୍ର ପ୍ରଦାନ ସହ ଉକ୍ତ ବିଦ୍ୟାର୍ଥୀ ମାନଙ୍କ ର‌ ପୁନଃ ପରୀକ୍ଷା କରିବାକୁ ଦାବି ଜଣାଇଛନ୍ତି।ଏଥି ସହ ଏହାର ଏକ ନକଲ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାଳୟ ସମେତ ଉଚ୍ଚଶିକ୍ଷା ବିଭାଗ ଓ କୁଳାଧିପତି ଙ୍କୁ ପ୍ରଦାନ କରାଯାଇ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି
ଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୨୦୨୨ ରେ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୪ ଜଣ ବିଦ୍ୟାର୍ଥୀ ସେହି ସମୟରେ ଏନ ଏସ ଏସ କ୍ୟାମ୍ପ ରେ ସାମିଲ ହେବା ନିମନ୍ତେ ବାହାରକୁ ଯାଇଥିବାରୁ ପରୀକ୍ଷା ଦେଇ ନଥିଲେ।ଏହା ମଧ୍ୟରେ ଉକ୍ତ ବିଦ୍ୟାର୍ଥୀ ମାନେ ୩ ୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ଦେବା ସହ ଗତ ଜୁନ ମାସରେ ପ୍ରକାଶିତ ପରୀକ୍ଷା ଫଳରେ ବେଲ ବୋଲି ଦର୍ଶାଇ ପରୀକ୍ଷା ଫଳ ପ୍ରକାଶିତ କରାଯାଇଥିଲା। କିନ୍ତୁ ଏହାର କିଛି ଦିନ ପରେ ବିଶ୍ବିବିଦ୍ୟାଳୟ ପକ୍ଷରୁ ପି ପି ପି ନିୟମ ଅନୁସାରେ ପୂର୍ବ ପରୀକ୍ଷା ର ମାର୍କ ଅନୁସାରେ ୨ ୟ ସେମିଷ୍ଟାର ପରୀକ୍ଷା ରେ ମାର୍କ ଦିଆଯାଇ ପାସ କରି ଦିଆଯାଇଥିଲା। କିନ୍ତୁ ପୂର୍ବରୁ ଯେଉଁ ବିଦ୍ୟାର୍ଥୀ ମାନେ କୌଣସି ରାଜ୍ୟ ସ୍ତରୀୟ କିମ୍ବା ଜାତୀୟ ସ୍ତରର ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ପରୀକ୍ଷା ଦେଇ ପାରିନଥିଲେ, ସେମାନଙ୍କ ନିମନ୍ତେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପରୀକ୍ଷା କରାଯାଇଛି। ଏଣୁ ଏବେ ବିଶ୍ବବିଦ୍ୟାଳୟ ପରୀକ୍ଷା ବିଭାଗ ପକ୍ଷରୁ ପି ପି ପି ନିୟମାନୁସାରେ ଦିଆଯାଇଥିବା ମାର୍କ କୁ ବାତିଲ କରାଯାଇ ସେମାନଙ୍କୁ ମଧ୍ୟ ସ୍ବତନ୍ତ୍ର ପରୀକ୍ଷା କରାଯିବାକୁ ଦାବି ଜଣାଇଛନ୍ତି।ଏହି ଘଟଣା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ ସତ୍ୟନାରାୟଣ କୁଣ୍ଡ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଉକ୍ତ ବିଦ୍ୟାର୍ଥୀ ମାନଙ୍କ ର ପି ପି ପି ନିୟମାନୁସାରେ ପରୀକ୍ଷା ରେ ମାର୍କ ଦେବା ନିମନ୍ତେ ବିଭାଗୀୟ ମୁଖ୍ୟ ଙ୍କ ମାଧ୍ୟମରେ ଅନୁରୋଧ ଆସିବା ପରେ ସେମାନଙ୍କୁ ସେହି ନିୟମାନୁସାରେ ପୂର୍ବ ପରୀକ୍ଷା ର ମାର୍କ ଦେଖି ମାର୍କ ଦିଆଯାଇଛି। ଏବେ କିଛି ପୂର୍ବତନ ବିଦ୍ୟାର୍ଥୀ ଏହା ନେଇ ଅଭିଯୋଗ କରିଛନ୍ତି ତାହା ନେଇ ଉଚ୍ଚ କତୃପକ୍ଷଙ୍କୁ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories