ସୁବର୍ଣ୍ଣପୁର ଜିଲ୍ଲା ଏକ୍ଜୋଟିକ ଫଟୋଗ୍ରାଫି ପକ୍ଷରୁ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ା


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ । ଭୂଦୃଷ୍ଟି ଓ ବିଶ୍ୱ ପର୍ୟ୍ୟାବରଣକୁ ଗୁରୁତ୍ୱ । ସୁବର୍ଣ୍ଣପୁର ଜିଲ୍ଲା ଫଟୋଗ୍ରାଫି ଅନୁଷ୍ଠାନ ଏକ୍ଜୋଟିକ୍ ସୁବର୍ଣ୍ଣପୁର ତରଫରୁ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଯୁବ ଫଟୋଗ୍ରାଫର ଦିନେଶ ରଂଜନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମକାଳିନ ଫଟୋଗ୍ରାଫି ଏବଂ ଭୂଦୃଷ୍ଟି ତଥା ପର୍ଯ୍ୟାବରଣ ଉପରେ ଏକ ଚିନ୍ତନ ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶପ୍ରେମୀ ଗୌରୀଶ୍ୟାମ ପଣ୍ଡା, ଡ.ସତ୍ୟ ନାରାୟଣ ହୋତା, ବିଶିଷ୍ଟ ଫଟୋଗ୍ରାଫର ସିଦ୍ଧାର୍ଥ ସଂଜୀବ ପାଣିଗ୍ରାହୀ, ଅଭିତାଂଶୁ ସୋନି, ଅମିତ ପାଢ଼ୀ ପ୍ରମୁଖ ପରିବେଶ ଓ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବାରେ ଫଟୋଗ୍ରାଫିର ଭୂମିକା ଓ ବିଶ୍ବ ସମୁଦାୟକୁ ବାର୍ତ୍ତା ରହିଛି ବୋଲି ଆଲୋଚନା କରିଥିଲେ । ଏହି ଅବସରରେ ଏକ୍ଜୋଟିକ୍ ପକ୍ଷରୁ ଆଗରୁ ନେଚର୍ – ଲ୍ୟାଣ୍ଡସ୍କେପ୍ କୁ ନେଇ କରାଯାଇଥିବା ଅନ୍ ଲାଇନ୍ ଫଟୋଗ୍ରାଫିର ୩ଜଣ କୃତୀ ପ୍ରତିଯୋଗୀ ସୌମ୍ୟଶ୍ରୀ ସାହୁ, ସୁବ୍ରତ କୁମାର ନାଥ ଓ ଚେତନ କୁମାର ତନ୍ତୀଙ୍କୁ ପୁରସ୍କୃତ କରାଯାଇଥିଲା । ଏକ୍ଜୋଟିକ୍ ର ପ୍ରତିଷ୍ଠାତା ସଦସ୍ୟ ପକ୍ଷୀପ୍ରେମୀ ପିନାକୀ ଜ୍ୟୋତିରାଦିତ୍ୟ ପଣ୍ଡା ଓ ସତ୍ୟବ୍ରତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ୧୨ ଜଣ ଫଟୋଗ୍ରାଫରଙ୍କୁ ସ୍ବତନ୍ତ୍ର ଭାବେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ଆୟୋଜନ କରିବାରେ ନରେନ ମଲ୍ଲିକ, ସୁମିତ ଶତପଥି ଓ ସିଦ୍ଧାର୍ଥ ସାହୁ ପ୍ରମୁଖ ସହଯୋଗ କରିଥିଲେ ।