Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା, ନୋଟିସ୍ ଫେରାଇ ନେଲା ବ୍ୟାଙ୍କ

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ସ୍ଥିତ ବଙ୍ଗଳାର ନିଲାମ ହେବ ନାହିଁ। ବ୍ୟାଙ୍କ ଅଫ ବରୋଦା ୫୬ କୋଟି ଟଙ୍କା ଆଦାୟ କରିବା ପାଇଁ ସନ୍ନିଙ୍କ ବଙ୍ଗଳାକୁ ନିଲାମ କରିବା ପାଇଁ ନୋଟିସ୍ ଜାରି କରିଥିଲା। କିନ୍ତୁ ଏହାର ଦିନକ ପରେ ବ୍ୟାଙ୍କ କିଛି ତ୍ରୁଟି ଥିବା ଦର୍ଶାଇ ନୋଟିସକୁ ଫେରାଇ ନେଇଛି।

ବ୍ୟାଙ୍କ ଅଫ ବରୋଦା ସୋମବାର ଖବରକାଗଜରେ ଆଉ ଏକ ବିଜ୍ଞାପନ ଦେଇ ନିଜର ଭୁଲ ସୁଧାରି କହିଛି ଯେ, ଅଭିନେତାଙ୍କ ଜୁହୁ ବଙ୍ଗଳାର ନିଲାମ ପାଇଁ ଜାରି ହୋଇଥିବା ଇ-ନିଲାମର ନୋଟିସ ବୈଷେୟିକ ତ୍ରୁଟି କାରଣରୁ ଫେରାଇ ନେଉଛୁ। ଏହା ପୂର୍ବରୁ ଗତକାଲି ବ୍ୟାଙ୍କ ଖବରକାଗଜରେ ଇ-ନିଲାମର ନୋଟିସ ଜାରି କରି ସେପ୍ଟେମ୍ବର ୨୫ରେ ବଙ୍ଗଳାର ନିଲାମ ହେବ ବୋଲି କହିଥିଲା।

ଗୁରୁଦାସପୁରରୁ ସାଂସଦ ସନ୍ନି ଦେଓଲ ମୁମ୍ବାଇର ଜୁହୁ ଅଞ୍ଚଳରେ ସ୍ଥିତ ନିଜର ସନି ଭିଲାକୁ ବ୍ୟାଙ୍କରେ ବନ୍ଧା ପକାଇ ଲୋନ ନେଇଥିଲେ। ସନିଙ୍କ ଉପରେ ଏବେ ମଧ୍ୟ ୫୬ କୋଟି ଟଙ୍କାର ବକେୟା ରହିଛି, ଯାହାକୁ ସେ ପୈଠ କରି ନାହାନ୍ତି। ଏମିତି ସ୍ଥିତିରେ ବ୍ୟାଙ୍କ ତାଙ୍କର ଜୁହୁ ସ୍ଥିତ ବଙ୍ଗଳା ନିଲାମ କରିବା ପାଇଁ ତାରିଖ ସ୍ଥିର ହୋଇ କରିଥିଲା। ଏ ସମ୍ପର୍କରେ ଖବରକାଗଜରେ ମଧ୍ୟ ନୋଟିସ୍ ସମ୍ବନ୍ଧିତ ବିଜ୍ଞାପନ ଜାରି କରିଥିଲା।

ସନ୍ନି ଭିଲା ବ୍ୟତୀତ ୫୯୯.୪୪ ବର୍ଗ ମିଟର ଜମିରେ ସନ୍ନି ସାଉଣ୍ଡ୍ସ ମଧ୍ୟ ରହିଛି, ଯାହା ଦେଓଲ ପରିବାରଙ୍କ ମାଲିକାନାରେ ରହିଛି। ସନ୍ନିଙ୍କ ପିତା ଧର୍ମେନ୍ଦ୍ର ଓ ଭାଇ ବବି ଦେଓଲ ଗ୍ୟାରେଣ୍ଟର ଅଛନ୍ତି। ସନ୍ନି ଦେଓଲ କେବେ ଏବଂ ଲୋନ ପାଇଁ ଆଉ କଣ କଣ ଗ୍ୟାରେଣ୍ଟି ଦେଇଥିଲେ ଆଦି ପ୍ରଶ୍ନ ଉପରେ ବ୍ୟାଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ