Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷିତ, ତିଳକ ବର୍ମା ସହିତ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅବସାନ ଘଟିଲା। ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଥିବା ଏସିଆ କପ୍ ପାଇଁ ସୋମବାର ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରିଛନ୍ତି। ଚୟନକର୍ତ୍ତା ଏସିଆ କପ୍ ୨୦୨୩ ପାଇଁ ଦଳରେ ୧୮ ଖେଳାଳିଙ୍କ ଚୟନ କରିଛନ୍ତି। ଦଳରେ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି।

ଅଗଷ୍ଟ ୩୦ରୁ ଆରମ୍ଭ ହେଉଥିବା ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବ୍ୟତୀତ ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ, ଶ୍ରେୟସ ଆୟର ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଚୟନ କରାଯାଇଛି। କେଏଲ ରାହୁଲ ଓ ଶ୍ରେୟସଙ୍କୁ ଫିଟନେସ୍ ଆଧାରରେ ଦଳରେ ସ୍ଥାନ ମିଳିଛି। ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ଚୟନ କରାଯାଇ ନ ଥିବା ବେଳେ ସଞ୍ଜୁ ସାମସନଙ୍କୁ ବ୍ୟାକଅପ୍ ଓ୍ଵିକେଟ୍ କିପର ଭାବେ ରଖା ଯାଇଛି।

ସେହିପରି ଶାର୍ଦ୍ଦୁଳ ଠାକୁର, ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି। ମହମ୍ମଦ ଶାମିଙ୍କୁ ମଧ୍ୟ ଦଳରେ ସାମିଲ୍ କରାଯାଇଛି, ଯିଏ ଦୀର୍ଘ ସମୟ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହେଉଥିବା ବେଳେ ସେପ୍ଟେମ୍ବର ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ବିରାଟ କୋହଲି, ତିଳକ ବର୍ମା, କେଏଲ ରାହୁଲ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ଓ ଯଶପ୍ରୀତ ବୁମରା।

ସଞ୍ଜୁ ସାମସନ- ବ୍ୟାକଅପ ଓ୍ଵିକେଟ୍ କିପର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ