Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାମୀ ଛକରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର l

ଗୋପାଳପୁର,୨୧/୦୮ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁବାଣୀ ଛକ ନିକଟରୁ ଆଜି ଗୋଳନ୍ଥରା ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି l ଆଜି ସକାଳ ସମୟରେ ସୁବାଣୀ ଛକ ଜାତୀୟ ରାଜପଥ ଠାରୁ ପ୍ରାୟ ଶହେ ମିଟର ଦୂରରେ ମୃତ ଦେହ ପଡ଼ିଥିବା ନେଇ ସୁବାଣୀ ସରପଞ୍ଚ ଗୋଳନ୍ଥରା ଥାନାକୁ ଖବର ଦେବା ପରେ ଗୋପାଳପୁର ଆଇଆଇସି ବିବେକାନନ୍ଦ ସ୍ୱାଇଁ, ଏସ. ଆଇ ଜ୍ଞାନ ରଞ୍ଜନ ସାହୁ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ଗଳିତ ଅବସ୍ଥାରେ ଥିବା ମୃତ ଦେହଟି ପୁରୁଷର ଏବଂ ୨୦ ଦିନର ବୋଲି ପୋଲିସ ଅନୁମାନ କରୁଛି l ସୁବାଣୀ ସରପଞ୍ଚ ଜୀବନାନନ୍ଦ ରେଡିଙ୍କ ଏତଲା କ୍ରମେ ଥାନା କେଶ ନଂ ୨୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠେଇ ଥିବା ଜଣାପଡିଛି l ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories